
ଦେବଗଡ଼ ୩୦/୩::::: ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ବେଆଇନ ଅଫିମ ଚାଷ ବଗିଚା ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ଅଫିମ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏଥିସହିତ ଏହି ବେଆଇନ ବେପାରରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । ଉଟୁଣିଆମୁଣ୍ଡା ଧୁଡିଖୋଲ ଗ୍ରାମ ନିକଟରେ ବେଆଇନ ଅଫିମ ଚାଷ ସହ ଅଫିମ ପ୍ରସ୍ତୁତି ନେଇ ପୋଲିସ କୁ ଖବର ମିଳିଥିଲା। ଖବର ଅନୁଯାୟୀ ପୋଲିସ ପକ୍ଷରୁ ଆଜି ଚଢ଼ାଉ କରିବା ପରେ ସମସ୍ତ ଘଟଣା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ଅଞ୍ଚଳର ଦୁର୍ଗା ଲୁହୁରା ଓ ସୁଖରାମ ମୁଣ୍ଡା ଉଟୁଣିଆମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ନାଳ ନିକଟରେ ସରକାରୀ ଜମିରେ ଅଫିମ ଚାଷ କରୁଥିଲେ । ପୋଲିସ ଚଢ଼ାଉ କରି ୧ କେଜି ଅଫିମ ଜବତ କରିବା ସହ ଅଫିମ ଚାଷ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି। ଏଥି ସହିତ ୩ରୁ ୪ ଏକର ଜମିରେ କରାଯାଇଥିବା ଅଫିମ ଚାଷକୁ ପୋଲିସ ନଷ୍ଟ କରିଛି। ଜବତ ଅଫିମ ର ମୂଲ୍ୟ ୭ଲକ୍ଷ୍ୟ ଟଙ୍କା ହୋଇଥିବା ବେଳେ ନଷ୍ଟ କରାଯାଇଥିବା ଜିନିଷ ର ମୂଲ୍ୟ ଆନୁମାନିକ ଦଶ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି । ପୁଲିସ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଦୁର୍ଗା ଓ ସହଯୋଗୀ ସୁଖରାମକୁ ଗିରଫ କରିଛି । ଦେବଗଡ଼ ଏସ ପି ରାଜକିଶୋର ପାଇକରାୟ ନିଜେ ସ୍ପେଶାଲ ଟିମ ସହିତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହି ଚଢ଼ଉରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ, ଏସଆଇ ରୁଦ୍ର ପ୍ରଧାନ ଓ ଦିବ୍ୟ ଓରାମଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ବାରକୋଟ ଅତିରିକ୍ତ ତହସିଲଦାର ବବ୍ରୁ ବାହାନ ଦତ୍ତ ଓ କଣ୍ଟାପାଲି ରାଜସ୍ୱ ନିରୀକ୍ଷକ ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।