mobile header

ମୋଦୀ ଦେଶର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି,

ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଦେଶର ୧୦୦ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । କରୋନା ମହାମାରୀ, କୃଷକ ଆନ୍ଦୋଳନ ସତ୍ତ୍ବେ ତାଙ୍କର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ନିକଟରେ ୪ଟି ରାଜ୍ୟର ନିର୍ବାଚନରେ ବିଜେପିର ବିଜୟ ପରେ ଭାରତୀୟ ରାଜନୀତିରେ ତାଙ୍କର ପ୍ରଭାବ ଆହୁରି ବୃଦ୍ଧି ପାଇଛି ।

ତାଲିକାର ୨ୟ ସ୍ଥାନରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସଭାପତି ପଦ ଛାଡିବା ପରେ ବି ଦେଶର ବୃହତ୍ତମ ରାଜନୈତିକ ଦଳ ବିଜେପିରେ ତାଙ୍କର ନିୟନ୍ତ୍ରଣ ପୂର୍ବବତ ରହିଛି । ୩ୟ ସ୍ଥାନରେ ରହିଛନ୍ତି ସର ସଂଘଚାଳକ ମୋହନ ଭାଗବତ ଓ ୪ର୍ଥରେ ରହିଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶରେ ପୁଣି କ୍ଷମତାସୀନ ହୋଇଥିବା ଯୋଗୀ ଆଦିତ୍ୟନାଥ ।

ଇଣ୍ଡିଆନ ଏକ୍ସପ୍ରେସ ପ୍ରକ୍ଷରୁ ପ୍ରକାଶିତ ଏହି ତାଲିକାରେ ମୋଟ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ୧୮ ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ ୩୩ତମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷ ୪୫ତମ ସ୍ଥାନରେ ଥିବା ନବୀନ ନିଜର ସ୍ଥିତିରେ ଉନ୍ନତି ଆଣି ୩୩ ତମ ସ୍ଥାନରେ ପହଞ୍ଚିଛନ୍ତି । ୨୧ତମ ସ୍ଥାନରେ ଅଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେହିପରି ୬୫ତମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ର ।

Leave A Reply

Your email address will not be published.