mobile header

87 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ


ମାଲକାନଗିରି:ମାଲକାନଗିରି ଜିଲ୍ଲା ଆରକ୍ଷ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ଠାରେ ଆଜି 87 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନି, ଡ଼ିଏସପି ଶ୍ରୀ ବଳଭଦ୍ର ଦୀପ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହ ବିଏସଏଫ କମାଡେଣ୍ଟ, ଜିଲ୍ଲାର ସାମ୍ବାଦିକ ଓ ବହୁ ବରିଷ୍ଠ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ଏକ ସ୍ଵତନ୍ତ୍ର ରୂପେ ଗଠନ କରାଯାଇଥିଲା । ସେହି ଦିନ ଠାରୁ ଏପ୍ରିଲ ୧ ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ପ୍ୟାରେଡ଼ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରିଥିଲେ ଏବଂ ଚଳିତ ବର୍ଷ ଯେଉଁ ପୋଲିସ ଅଧିକାରୀ ମାନେ ପୋଲିସ ବିଭାଗ ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସେମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଏହିପରି ନିଷ୍ଠାର ସହ ସଦା ସର୍ବଦା କାର୍ଯ୍ୟ କରିବା ପାଇଁ ଉପଦେଶ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.