
ମାଲକାନଗିରି:ଆଜି ମାଲକାନଗିରି ପୌର ପାଳିକା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି।ଏହି ଅବସରରେ ମାଲକାନଗିରି ପୌର।ଦ୍ଧକ୍ଷ ମନୋଜ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ନବ ନିର୍ବାଚିତ କାଉନସିଲର ମାନେ ମଧ୍ୟ ଉପସ୍ଥିତ ରହିଥିଲେ l ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପୌର ପରିଷଦ କାର୍ଯନିର୍ବାହୀ ଅଧିକାରୀ ତ୍ରିଶୂଳ ମ।ର୍ଡି ଉପସ୍ଥିତ ରହିଥିଲେ ।ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ପ୍ରବାଦ ପୁରୁଷ ସୂର୍ଗତ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ନ।ରା ରେ ଗୁଞ୍ଜି ଉଠିଥିଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଗଠନ ହୋଇଥିଲେ ।ସେହି ଦିନ ଠାରୁ ଉତ୍କଳ ଦିବସ ପାଳନ କରାଯାଉଛି ।ଏହି ଅବସରରେ ମହାପୁରୁଷ ଙ୍କ ଜୀବନୀ ଚକ୍ର ସଂପର୍କ ରେ ପୌର ପ।ଳିକା ଅଧ୍ୟକ୍ଷ ଶ୍ରୀ ବାରିକ ଆଲୋକପାତ କରିଥିଲେ ।