mobile header

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । ଛତିଶଗଡ ରାୟଗଡା ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । କଳ୍ପନା ଦାସ ଓ ତାଙ୍କ ଝିଅ ବବଲିକୁ ହତ୍ୟା ମାମଲାରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ମିଳିଛି ।

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ପତି ପରିତ୍ୟକ୍ତା କଳ୍ପନା ଓ ତାଙ୍କ ଝିଅକୁ ଆଣି ଭୁବନେଶ୍ବର ସୁନ୍ଦରପଦାସ୍ଥିତ ଫ୍ଲାଟରେ ରଖିଥିଲେ । କଳ୍ପନାଙ୍କ ସହ ସେ ଅନୈତିକ ସଂପର୍କ ରଖିଥିଲେ । ମାତ୍ର କିଛିବର୍ଷର ସଂପର୍କ ପରେ କଳ୍ପନା ବିବାହ କରିବାକୁ ଜିଦ୍ ଧରିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ହେବା ପରେ ଅନୁପ ସାଏ, ଉଭୟ ମା ଓ ଝିଅକୁ ରାୟଗଡା ନେଇ ହତ୍ୟା କରିବା ପରେ ଗାଡି ମଡାଇ ଦେଇଥିଲେ । 2016ରେ ଚକ୍ରଧରପୁର ଅଞ୍ଚଳରୁ କଳ୍ପନା ଓ ବବଲିଙ୍କ ମୃତଦେହ ମିଳିଥିଲା । ହତ୍ୟାକାଣ୍ଡ ସଂପର୍କରେ ପ୍ରମାଣ ମିଳିବା ପରେ ରାୟଗଡା ପୋଲିସ 2020ରେ ଅନୁପ ସାଏଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଡ୍ରାଇଭର ଟପ୍ପୋଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ ।

Leave A Reply

Your email address will not be published.