mobile header

ଶସ୍ତା ହେବ ବିଦେଶୀ ମଦ

ରାଜ୍ୟର ମହାନଗର ଅଞ୍ଚଳରେ ଖୋଲିବ ପ୍ରିମିୟମ୍ ମଦ ଦୋକାନ । ଯାହା ଫଳରେ ଲୋକମାନେ ସହଜରେ ଓ ସୁବିଧାରେ ପ୍ରିମିୟମ୍ ମଦ ପାଇପାରିବେ । ଏଥିସହ ଏଣିକି ମଦ ଦୋକାନରେ ‘ସରକାରୀ’ ଶବ୍ଦ ରହିବ ନାହିଁ । ଯେଉଁ ମଦ ଦୋକାନକୁ ଲାଇସେନ୍ସ ମିଳିବ, ସେହି ମଦ ଦୋକାନରେ କେବଳ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଲେଖାରହିବ । ତା ସହିତ ଠାକୁରଙ୍କ ନାଁ, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ମଦ ଦୋକାନ ଖୋଲିବନି ବୋଲି ନିୟମ ଜାରି କରାଯାଇଛି ।

ରାଜ୍ୟର ମହାନଗରରେ ବିଭିନ୍ନ ସପିଂ ମଲ, ବ୍ୟବସାୟିକ ପେଣ୍ଠସ୍ଥଳୀରେ ପ୍ରିମିୟମ ମଦ ଦୋକାନ ଖୋଲିବାକୁ ପ୍ରୋତ୍ସାହିତ କରାଯିବ । ସର୍ବନିମ୍ନ ୭୫୦ ବର୍ଗଫୁଟ୍ ଅଞ୍ଚଳରେ ଏହି ଦୋକାନ ରହିବ । ସେହିପରି ଯେଉଁଠି ବିନା ରେଷ୍ଟୁରାଣ୍ଟରେ ଠିପି ଖୋଲା ଲାଇସେନ୍ସ ରହିଛି ସେଥିପାଇଁ ସ୍ପେଶାଲ ଫି ଧାର୍ଯ୍ୟ କରାଯିବ । ତା ସହିତ ବାର୍ ଲାଇସେନ୍ସ ଦେୟ ମଧ୍ୟ ନୂଆ ଅବକାରୀ ନୀତିରେ କମ୍ କରାଯାଇଛି ।

ମଦର ଏଆରପିଠାରୁ ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି । ତେବେ ତାଙ୍କ ଉପରେ ଆକ୍ସନ୍ ନିଆଯିବ । ପ୍ରତି ମଦ ବୋତଲ ଉପରେ ସର୍ବନିମ୍ନ୍ ଖାଉଟି ମୂଲ୍ୟ ଲେଖାରହିବ । ଆଉ ବ୍ୟବସାୟୀ ଯଦି ଅଧିକ ଦାମ ନିଅନ୍ତି, ତା ହେଲେ ଏକ ବର୍ଷ ପାଇଁ ତାଙ୍କର ଲାଇସେନ୍ସ ବାତିଲ କରିଦିଆଯିବ । ଅନ୍ୟପଟେ ପ୍ରତି ମଦ ଦୋକାନର କର୍ମଚାରୀ ୟୁନିଫର୍ମ ପିନ୍ଧିବେ । ମଦର ହୋମ୍ ଡେଲିଭରି ମଧ୍ୟ ଜାରି ରହିବ ବୋଲି କୁହାଯାଇଛି ।

ମହୁଲ ଫୁଲର ରପ୍ତାନୀ, ଆମଦାନୀ ଓ ପରିବହନ ପାଇଁ ମଧ୍ୟ ଦର ବୃଦ୍ଧି କରାଯାଇଛି । ମହୁଲ ଫୁଲର ଉପଯୋଗ ଓ ଅନୁପଯୋଗ ଫି କ୍ୱିଂଟାଲ ପିଛା ୧୧ ଶହ ଟଙ୍କା ଥିବାବେଳେ, ତାକୁ ଏବେ ୧୨ ଶହ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଏହି ନୂଆ ଅବକାରୀ ନୀତି ୨୦୨୩ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ସାଧାରଣ ଲୋକ କେମିତି କମ ଦାମରେ ଉତ୍ତମ ମାନର ମଦ ପାଇପାରିବେ, ସେ ନେଇ ଏହି ନୀତିରେ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.