
ପୁରୀ: ଉଲ୍ଲେଖନିୟ ସେବା ଏବଂ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ ସମ୍ପାଦନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ୨୧-୨୨ ବର୍ଷ ପାଇଁ ପୁରୀ ସିଟି ଡିଏସପି ଜନାରର୍ଦନ ପାଢୀଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ୍ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ କରି ଛନ୍ତି।
ଯାହା ପୁରୀ ଜିଲ୍ଲା ପୋଲିସ ପାଇଁ ସମ୍ମାନ ଏବଂ ଗୌରବ ଆଣିଛି। ଶ୍ରୀ ପାଢି ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ଅଟନ୍ତି। ସେ ଗତ ୨୦୨୧ ମସିହା ଅପ୍ରେଲ ୨୩ ତାରିଖରେ ପୁରୀ ସହରରେ ସିଟି ଡିଏସପି ରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ସିଟି ଡିଏସପି ରୂପେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ସହରରେ ଅପରାଧ ନିୟନ୍ତ୍ରଣ ମାତ୍ରା ହ୍ରାସ ପାଇଛି। ଶ୍ରୀ ପାଢି ୧୯୯୯ ମସିହାରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ପୂର୍ବରୁ ସେ ରାଜ୍ୟର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଗୁରୁତ୍ଵ ପୂର୍ଣ୍ଣ ଥାନାରେ ଆଇଆଇସି ରୂପେ କାର୍ଯ୍ୟ ତୁଲାଇ ଛନ୍ତି। ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନ ଲିଙ୍ଗରାଜ ଥାନା, ନନ୍ଦନ କାନନ ଥାନା, କଟକ ଲାଲବାଗ ଥାନା ସମେତ ପୁରୀ ଜିଲ୍ଲାର ନିମାପଡ଼ା ଥାନାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।