mobile header

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଶନିବାର ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀ ବୀର ବକ୍ରମ ଯାଦବଙ୍କୁ ପୁର୍ତ୍ତ ବିଭାଗ ପ୍ରମୁଖ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏଥି ସହିତ ୧୯୯୬ ବ୍ୟାଚର ଆଇଏଏସ ଶ୍ରୀ ଯାଦବଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି କେନ୍ଦ୍ର ଡେପୁଟେସନରେ ଆସିଥିବା ୧୯୮୭ ବ୍ୟାଚର ଆଇଏଏସ ଡ. ନିକୁଞ୍ଜ କିଶୋର ସୁନ୍ଦରାୟଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ମିଳିଛି।

ଏହା ପୂର୍ବରୁ ଏହି ବିଭାଗର ଅତିରିକ୍ତ ମୁଖ୍ୟସଚିବ ଦାୟିତ୍ବରେ ଥିଲେ ଡ. ମୋନା ଶର୍ମା। ସେହିପରି ୧୯୮୯ ବ୍ୟାଚର ଆଇଏଫ୍ଏସ୍ ସଞ୍ଜୀବ କୁମାର ଚଢ଼ାଙ୍କୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ମାଇନର ମିନେରାଲ୍ସ ବିଭାଗର ନିର୍ଦ୍ଦେଶକ ଥିବା ୨୦୧୩ ବ୍ୟାଚର ଆଇଏଏସ ଶୁଭମ ସାକ୍ସେନାଙ୍କୁ ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିଛି। ଏଥି ସହିତ ତାଙ୍କୁ ମାଇନର ମିନେରାଲ୍ସ ବିଭାଗର ନିର୍ଦ୍ଦେଶକ ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି। ତାଙ୍କୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ରୂପେ କାର୍ଯ୍ୟ କରିବାକୁ କୁହାଯାଇଛି।

Leave A Reply

Your email address will not be published.