mobile header

LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ଧରି ଛୁ ମାରିଲେ

ଗତକାଲି ଏକ LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ବିଳମ୍ବିତ ରାତି ପ୍ରାୟ ୨ଟାରେ ଏନଏଚ୍- ୫୭ର ବାଘମାରୀ କଲେଜ ନିକଟ ରାସ୍ତା ଅତିକ୍ରମ କରୁଥିଲା। ଏହି ସମୟରେ ନିଛାଟିଆ ରାସ୍ତାରେ ହଠାତ୍‌ ଏକ କାର୍‌ ଆସି ରାସ୍ତା ଉପରେ ଛିଡ଼ା ହେଲା । ଏହାଦେଖି ପିକ୍ଅପ୍ ଭ୍ୟାନ ଡ୍ରାଇଭର ଗାଡ଼ିଟିକୁ ଅଟକାଇ ଦେଇଥିଲେ। କାର୍‌ରୁ ୪ ଜଣ ଯୁବକ ବାହାରି ପିକଅପ୍‌ ଡ୍ରାଇଭରଙ୍କୁ ଓହ୍ଲାଇ ଯିବାକୁ ଧମକ ଦେଲେ । ଡ୍ରାଇଭରଜଣକ ଗାଡ଼ିରୁ ଓହ୍ଲାଇବାରୁ କିଛି ଯୁବକ ପିକ୍‌ଅପ୍‌ ଚଳାଇ ଘଟଣାସ୍ଥଳରୁ ପାର୍‌ ହୋଇଯାଇଥିଲେ। ଏଥିସହ ଆଉ କିଛି କାର୍‌ ଧରି ପଳାଇ ଯାଇଥିଲେ।

ଘଟଣା ସମ୍ପର୍କରେ ଡ୍ରାଇଭରଜଣକ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ଚେକପୋଷ୍ଟରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଲୁଟ୍‌ ହୋଇଥିବା LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.