mobile header

ବିଶ୍ୱବ୍ୟାପୀ ରିଲିଜ୍ ହେଲା ବାବା ବଳିଆଙ୍କ ରଚିତ “ଉତ୍କଳ ଜନନୀ ମମତାମୟୀ ” ସଙ୍ଗୀତ

ଭୁବନେଶ୍ୱର ସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ‌ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ଏବଂ ପବିତ୍ର ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି। ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠ ଶିଳ୍ପୀ ଗାଇଛନ୍ତି ।

ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଶ୍ଵ ଓଡ଼ିଆ ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର, ବିଶ୍ୱ ଓଡିଆ ମହାସଂଘର ସଭାପତି ଚୈତନ୍ୟ ପାଇକ, ଓଡିଶା କଳାକାର ମହାସଂଘ ସଭାପତି ଶୁଭଶ୍ରୀ ଦାଶ, ସମାଜ ସେବିକା ତଥା ନିର୍ଦ୍ଦେଶିକା ଆ ଇ ଏସ୍ ଡି ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ଉପସ୍ଥିତ ଥିଲେ। ଓଡିଶାର ମାଟି, ପାଣି, ପବନ, ଗୌରବମୟ ଇତିହାସ, ଉନ୍ନତ କଳା ସଂସ୍କୃତି ଓ ଭାଷା ପାଇଁ ଓଡିଶା ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛି।

ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦ୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ଓଡିଶାର ଆଗ ଧାଡିର ୧୦ ଜଣ କଂଠଶିଳ୍ପୀ ଗାଇଛନ୍ତି । ଏହି ସ୍ଵତନ୍ତ୍ର ଗୀତଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସତ୍ୟଜିତ୍, ଶଶାଙ୍କ, ସ୍ୱୟମ୍ ପାଢୀ , ପି କେ, କୁମାର ଦିଲ୍ଲୀପ, ଅନ୍ତରା ଚକ୍ରବର୍ତ୍ତୀ , ଜାଗ୍ରୁତି ମିଶ୍ର, ପ୍ରତିଭା ପ୍ରଧାନ , ସ୍ନେହା ବେବର୍ତ୍ତା ଓ ସସ୍ମିତା ମହାନ୍ତି। ସଂଗୀତ ଉନ୍ମୋଚନ ଉତ୍ସବକୁ ସଂଚାଳନା କରି ଥିଲେ ସହକାରୀ ସଂଗୀତ ନିର୍ଦ୍ଦେଶକ ନିହାର ଆଚାର୍ଯ୍ୟ। ବିଶ୍ୱର ୪୦ଟି ଦେଶରେ ଏ ଗୀତର ଭିଡିଓ ରିଲିଜ୍ ହେବାକୁ ଯାଉଛି ।

Leave A Reply

Your email address will not be published.