mobile header

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହାଇଡ୍ରାମା । ହୋଟେଲରେ ୧୨ ସମିତି ସଭ୍ୟଙ୍କୁ ବନ୍ଦୀ

ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନକୁ ନେଇ ପୁଣି ଥରେ ହାଇଡ୍ରମା ଦେଖିବାକୁ ମିଳିଛି । ଆଜ୍ଞାତବାସରେ ଥିବା ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖିଛି ପୁଲିସ । ହୋଟେଲ ଥାଇ ଭିଡିଓ କରି ଅଭିଯୋଗ କରିଛନ୍ତି ସମିତିସଭ୍ୟ ମାନେ । ସେମାନଙ୍କ ଅଭିଯୋଗ ଅନୁସାରେ ପୁଲିସ ହୋଟେଲ ଭିତରେ ରହି ଧମକ ଦେଇଛି । ଗତ ମାସ ୧୨ତାରିଖରେ କୋଭିଡ ଆଳ ଦେଖାଇ ନିର୍ବାଚନ ବାତିଲ ହୋଇଥିଲା । ଛତ୍ରପୁରରେ ଶାସକ ଦଳର ଦୁଇଟି ଗୋଷ୍ଠୀ ଥିବା ବେଳେ ବିଧାୟକ ସମର୍ଥକରେ ୬ ଜଣ ସମିତିସଭ୍ୟ ରହିଛନ୍ତି । ସେହିପରି ଵିରୋଧରେ ଅଛନ୍ତି ୧୨ଜଣ ସଦସ୍ୟ । ହାରିଯିବା ଭୟରେ ପୁଲିସ ପ୍ରଶାସନକୁ ଲଗାଇ ବନ୍ଦି କରିଥିବା ସମିତିସଭ୍ୟ ପାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଆଜି ଦିନ ୧୨ଟା ରେ ମତଦାନ ହେବାକୁ ରହିଛି । ହେଲେ ବର୍ତ୍ତମାନ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ରଖିଛି ପୁଲିସ । ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସମିତିସଭ୍ୟ ପାର୍ଥୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.