mobile header

ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିଦ୍ଦେର୍ଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଭି.କେ.ତିୱାରୀ

ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିଦ୍ଦେର୍ଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଭି.କେ.ତିୱାରୀ। ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ପଦରୁ ଆର.ଭି.ରାଜାକୁମାରଙ୍କୁ ହଟାଇଦିଆଯିବା ପରେ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭି.କେ.ତିୱାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ନିଯୁକ୍ତି ଅନିୟମିତତା ତଥା ଛାତ୍ରମାନଙ୍କ ଛୋଟ ଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନା ଲଗାଇବା ଭଳି ଅଭିଯୋଗରେ ପ୍ରଫେସର ଆର.ଭି.ରାଜାକୁମାରଙ୍କୁ ଆଇଆଇଟି ଭାରପ୍ରାପ୍ତ ନିଦ୍ଦେର୍ଶକ ପଦରୁ ହଟାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ପରିଷଦର ଅଧ୍ୟକ୍ଷ ଅଛନ୍ତି। ଅନ୍ୟପକ୍ଷେ, ଆଇଆଇଟି ପରିଷଦ ପକ୍ଷରୁ ପ୍ରଫେସର କୁମାରଙ୍କୁ ତତ୍କାଳ ପ୍ରଭାବରେ ବିଦା କରି ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବିରେନ୍ଦ୍ର କୁମାର ତିୱାରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପତ୍ର ଜାରି କରାଯାଇଥିଲା। ଏହା ପରେ ଗତକାଲି ସନ୍ଧ୍ୟାରେ ପ୍ରଫେସର ତିୱାରୀ ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.