xmas

ବିଜେଡି ମୁହାଁ ସ୍ୱାଧୀନ କର୍ପୋରେଟର, ଦଳରେ ମିଶିଲେ ଚନ୍ଦ୍ରଶେଖର ମଲିଆ

ବିଜେଡି ମୁହାଁ ସ୍ୱାଧୀନ କର୍ପୋରେଟର । ଶପଥ ଗ୍ରହଣ ପୂର୍ବରୁ ବିଜେଡି ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ଚଳିତ bmc ନିର୍ବାଚନରେ ସେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ବିଜେଡି ଟିକେଟ ନ ମିଳିବାରୁ ୬୦ ନମ୍ବର ୱାର୍ଡରୁ ସ୍ୱାଧୀନ ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରିନଥିଲା । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ସହ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଏକାମ୍ର ବିଜେଡି ସଭାପତି ରାଜେନ୍ଦ୍ର ସମର୍ଥଙ୍କ ଉପସ୍ଥିତିରେ ଦଳରେ ପୁଣି ଯୋଗଦେଇଥିଲେ।

Leave A Reply

Your email address will not be published.