mobile header

ପଳାଶୁଣି ଛକରେ ଦୁର୍ଘଟଣା ପାଇଁ ଲାଗିଛି ଜାମ୍ : ଅଟକିଗଲା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ- ଭୁବନେଶ୍ୱର ରୋଡରେ ଅସମ୍ଭବ ଭିଡ଼ ପାଇଁ ଅଟକି ଗଲା ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବଲାନ୍ସ ବି ଆଗକୁ ବଢ଼ି ପାରୁନଥିଲା । କାରଣ ଆଗ ପଛ ଚାରିଆଡେ ଅସମ୍ଭବ ଭିଡ଼ ଜମି ଯାଇଥିଲା । ଭୁବନେଶ୍ୱର ପଳାଶୁଣି ଛକ ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଥିଲା ଏବଂ ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାର । ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ କନକ ନ୍ୟୁଜର ହସ୍ତଗତ ହୋଇଛି ।

ଏକ ଟ୍ରକ ପଛରେ ନୀଳ ରଙ୍ଗର କାରଟି ରହିଥିବା ବେଳେ ପଛରୁ ଆଉ ଏକ ଟ୍ରକ ଖୁବ୍ ଜୋରରେ ଏହାକୁ ଧକ୍କା ଦେଇଥିଲା । ଫଳରେ ୨ଟି ଟ୍ରକ ମଝିରେ କାରଟି ସଂପୂର୍ଣ୍ଣ ପେଶି ହୋଇଯାଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପରେ ରାସ୍ତା ଉପରେ ପ୍ରବଳ ଭିଡ଼ ଲାଗି ରହିଛି । ରାସ୍ତାରେ ଗାଡ଼ି ମଟର ଅଟକି ରହିବା ଫଳରେ ମୃତଦେହକୁ ଉଦ୍ଧାର କରିବା ମଧ୍ୟ ଅନେକ ସମୟ ଧରି ସମ୍ଭବ ହୋଇନଥିଲା । ପାଖାପାଖି ୫ ଘଂଟା ଧରି ଅସମ୍ଭବ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.