
ମାଲକାନଗିରି:
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମ ର ଜଣଙ୍କ ଅଜଣା ସାପ କାମୁଡ଼ାରେ ମୃତ୍ୟୁ।
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମ ର ଜଣଙ୍କ ଅଜଣା ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଥାଉଁ କି ଟିଟିବେରୀ ଗ୍ରାମର ଜଣେ ୩୨ ବର୍ଷୀୟ ପୁରୁଷ ପୋଦିଆ କବ।ସି ମହୁଲ ଗୋଟେଇବା କୁ ସକାଳ ସକାଳ ଜଙ୍ଗଲ କୁ ଯାଇ ଥିଲା ହେଲେ ଅଜଣା ସାପ ପଦିଆ କବାସୀ ଙ୍କୁ କାମୁଡ଼ି ଥିଲା । ତେବେ ଯଥାଶୀଘ୍ର ପଦିଆ ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଠାରେ ଅଣାଯାଇ ଥିଲା ତଥାପି ତାଙ୍କ ର ମୃତ୍ୟୁ ଘଟିଛି। ପରିବାର ରେ ଦୁଃଖ ର କଳାବାଦଲ ଛାଇ ଗଲା, କାରଣ ଏକ ମାତ୍ର ଘରର ରୋଜଗାରୀ ବ୍ୟକ୍ତି ଥିଲେ ପଦିଆ , ତେବେ ତାଙ୍କ ର ତିନୋଟି ପିଲା ଛୁଆ ମଧ୍ୟ ଅଛନ୍ତି।