mobile header

ଆନ୍ଧ୍ର ଅଣ୍ଡା ଟ୍ରକକୁ ବିରୋଧ : ନୀତି :କ୍ଷତି ସହୁଛନ୍ତି ଓଡ଼ିଶା ଚାଷୀ

ଆନ୍ଧ୍ରର ଅଣ୍ଡା ଟ୍ରକକୁ ଅଟକାଇଲେ ଓଡିଶା ଚାଷୀ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ରରୁ ଆସୁଥିବା ଅଣ୍ଡା ଟ୍ରକ୍କୁ ଅଟକାଇ ପ୍ରତିବାଦ କରିଛି ରାଜ୍ୟ ଅଣ୍ଡାଦିଆ କୁକୁଡା ଚାଷୀ ସଂଘ । ସେମାନଙ୍କ ଅଭିଯୋଗ ହେଲା ଆନ୍ଧ୍ର କୁକୁଡା ଚାଷୀଙ୍କ ଦ୍ୱାରା ପ୍ରଭାବିତ ହେଉଛି ଏନ୍ଇସିସି । ତ୍ରୁଟିପୂର୍ଣ୍ଣ ଦର ନିର୍ଦ୍ଧାରଣ ଫଳରେ ବିଶେଷ କ୍ଷତି ସହୁଛନ୍ତି ଓଡିଶାର ଚାଷୀ । ନେସନାଲ ଏଗ କୋଡିନେସନ୍ କମିଟି ବା ଏନ୍ଇସିସି ଦେଶର ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛି ।

ଜାତୀୟ ଅଣ୍ଡା ସମନ୍ୱୟ କମିଟୀର ଦର ନିର୍ଣ୍ଣୟର ମନମାନି ଯୋଗୁ ପାଖାପାଖି ଦୁଇ ବର୍ଷ ହେବ ଓଡିଶା ଚାଷୀ କ୍ଷତି ସହୁଛନ୍ତି । ପ୍ରତି କୁକୁଡା ଚିଆଁ ବିକ୍ରି ଉପରେ ୧ ଟଙ୍କା ଲେଖାଏଁ ଆଦାୟ କରୁଛି ଏନଇସିସି । ଭେଙ୍କଟେଶ୍ୱର ହ୍ୟାଚେରୀ ଜରିଆରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ଓଡିଶାରେ କୁକୁଡା ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଉନାହିଁ ଏନଇସିସି । ଭେଙ୍କି ଗ୍ରୁପର ଅଧ୍ୟକ୍ଷା ଅନୁରାଧା ଦେଶାଇ ଏନଇସିସିକୁ ନିଜ ଇଚ୍ଛା ଅନୁସାରେ ପରିଚାଳିତ କରୁଥିବା ଏମାନେ ଅଭିଯୋଗ କରି ତାଙ୍କ ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି ।

Leave A Reply

Your email address will not be published.