
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ବିଜେପୁର, ପାଇକମାଲ ବ୍ଲକର ରାଜ ବୋଡାସମ୍ବର କୃଷକ ସଙ୍ଗଠନର ଶହ ଶହ ଚାଷୀ ଘେରାଉ କରି ଧାରଣାରେ ବସିଛନ୍ତି। ଚାଷୀଙ୍କ ମୁଖ୍ୟ ଦାବି ଗୁଡ଼ିକ ହେଲା ଗତ ଖରିଫ ଋତୁକୁ ମରୁଡ଼ି ଘୋଷଣା ସହ ମରୁଡି ସହାୟତା ରାଶି ପ୍ରଦାନ, ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ଆଦି ପ୍ରକ୍ରିୟା ବନ୍ଦ କରି ତୁରନ୍ତ ବୀମା ରାଶି ପ୍ରଦାନ, କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ ଏବଂ ଜଳକର ଆଧାରରେ ବିଦ୍ୟୁତ ବିଲ୍ ନେବା।