mobile header

ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଗଲେ ପୁଅ-ବୋହୂ, ମା’ ଉପରେ ଲଦି ଦେଲେ ଇଟା…

ଯାଜପୁର ଜିଲ୍ଲା ଦଶରଥପୁର ଦତ୍ତପୁରର ପଞ୍ଚାୟତରେ ଜନ୍ମଦାତ୍ରୀକୁ ଅସମ୍ମାନ ହେଲା ପରି ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କ ଉପରେ ବୋହୂ ଆସି ଇଟା ଫୋପାଡୁଛି। ଜମିବାଡ଼ି ବିବାଦ ଓ ଭାଇ ଭାଇ କଳହକୁ କେନ୍ଦ୍ରକରି ମା’ଙ୍କୁ ଏଭଳି ଶାସ୍ତି ଦେଉଛନ୍ତି ପୁଅ-ବୋହୂ। ଗାଁର ମାଟିରାଣୀ ବେହେରାଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ମିଶି ଜମିବାଡ଼ି ପାଇଁ ଏଭଳି କରିଥିବା ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ମଙ୍ଗଳପୁର ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.