mobile header

ସିରିଜ ଦୁର୍ଘଟଣା ହେଲା, ଜୀବନ ବି ଗଲା । ଏବେ ସତର୍କ କରୁୁଛି ପୋଲିସ ।

ସିରିଜ ଦୁର୍ଘଟଣା ପରେ ଟୁଇଟ୍ କରି ପରାମର୍ଶ ଦେଇଛି, ଓଡିଶା ପୁଲିସ । ଗାଡି ଚଳାଇବାବେଳେ ନିରାପଦ ଦୂରତା ରଖିବାକୁ ଟୁଇଟ୍ କରି ପୁଲିସ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଟୁଇଟରେ ଲେଖାଯାଇଛି ସମ୍ପର୍କରେ ଦୂରତା କ୍ଷତିକାରକ ହୋଇଥାଏ କିନ୍ତୁ ଗାଡି ଚଳାଇବାବେଳେ ଦୂରତା ଲାଭ ଦାୟକ ହୋଇଥାଏ ।

ଗତକାଲି ପଳାଶୁଣି ଛକରେ ଏକ ହାଇୱା ଗାଡି ମାରୁତି କାରକୁ ଧକ୍କା ଦେଇଥିଲା । କାରଟି ଏକ ଟ୍ରକ ପଛରେ ଛିଡା ହୋଇଥିବାବେଳେ ଧକ୍କା ଦେଇଥିଲା ହାଇୱା । ଦୁର୍ଘଟଣା ଫଳରେ କାରରେ ଥିବା ଜଣେ ଲୋକର ମୃତ୍ୟୁ ହୋଇଥିଲା । ହାଇୱା ଧକ୍କା ଦେବା ପରେ ଆଗରେ ଥିବା ଗାଡି ପରସ୍ପରକୁ ଧକ୍କା ଦେଇ ସିରିଜ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପାଖାପାଖି ୩ଘଂଟା ଧରି ଟ୍ରାଫିକ୍ ଜାମ ହୋଇଥିଲା । ରବିବାର ମଧ୍ୟ ଏହି ଛକ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ । ଟ୍ରାଫିକ ପୋଲିସ କଣ କେବଳ ଫାଇନ କାଟିବାକୁ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ଲୋକେ । ଏପରିକି ସିରିଜ ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ଏଠାରେ ଏକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଏହି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରାଗଲା ନାହିଁ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.