mobile header

ଗୋଟାଏ ଫଟୋ ହଜାର ଶବ୍ଦ କହିପାରେ

ଜଣେ କନ୍‌ଷ୍ଟେବଲ୍‌ ନିଆଁ ଭିତରୁ ଏକ ଶିଶୁକୁ ଉଦ୍ଧାର କରି ନିଜର ସାହସୀକତାର ପରିଚୟ ଦେଇଛନ୍ତି। କନ୍‌ଷ୍ଟେବଲ୍‌ ଜଣକ ନିଜ ଜୀବନ ସହ ଖେଳି ଫଟୋରେ ଦିଶୁଥିବା ଶିଶୁ ସମେତ ଏକ ପରିବାରର ୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କନ୍‌ଷ୍ଟେବଲ୍‌ଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ବି ଫୋନ୍‌ କରି କନ୍‌ଷ୍ଟେବଲ୍‌ଙ୍କୁ ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ପଦୋନ୍ନତି କରିବାକୁ ବି ସେ କହିଛନ୍ତି।

ଏହି ସାହସୀ କନ୍‌ଷ୍ଟେବଲଙ୍କ ନାମ ନେତ୍ରେଶ। ସେ ନିଜର ଜୀବନଠାରୁ ଅନ୍ୟ ୩ ଜଣଙ୍କ ଜୀବନ ବଞ୍ଚାଇବାକୁ ଶ୍ରେୟ ମଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ନେତ୍ରଶ ମହିଳା ବ୍ୟବହାର କରୁଥିବା ଏକ ଓଢ଼ଣୀରେ ଶିଶୁଟିକୁ ଢାଙ୍କି ଉଦ୍ଧାର କରୁଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନର କରୌଲିଠାରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ଏକ ଧାର୍ମିକ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଥିଲା। ଏକ ମୁସଲିମ-ବହୁଳ ଅଞ୍ଚଳରେ ମୋଟରସାଇକେଲ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ଼ କରାଯିବା ଘଟଣାରେ ପ୍ରାୟ ୪୨ ଜଣ ଲୋକ ଆହତ ହୋଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଦୋକାନବଜାର ଓ ଯାନବାହନ ପୋଡ଼ାଜଳା କରିଥିଲେ।

Leave A Reply

Your email address will not be published.