mobile header

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ : ଧରାପଡିଲେ ନବ ନିର୍ବାଚିତ ସରପଞ୍ଚ

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡ଼ିଲେ ନବ ନିର୍ବାଚିତ ସରପଞ୍ଚ । ପାଖାପାଖି ୬୮୦ କେଜିର ଗଜେଇ ଚାଲାଣ ହୋଉଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଗଞ୍ଜେଇ ଚାଲାଣ ବେଳେ ଆନ୍ଧ୍ର ପୋଲିସ ହାତରେ ଧରାପଡ଼ିଛନ୍ତି କୋରାପୁଟ ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ନବ ନିର୍ବାଚିତ ସରପଂଚ ସୁବାଷ ପାଙ୍ଗୀ ।

ଏହି ଗଞ୍ଜେଇ ଗୁଡ଼ିକ କୋରାପୁଟ ପାଡ଼ୁଆ ଅଞ୍ଚଳ ଦେଇ ଏକ ସ୍ୱତନ୍ତ୍ର ଟ୍ରକରେ ଝାରଖଣ୍ଡ ଅଭିମୁଖେ ଚାଲାଣ କରାଯାଉଥିଲା । ଏଥିରେ ନବନିର୍ବାଚିତ ସରପଞ୍ଚ ସୁବାଷ ପାଙ୍ଗୀଙ୍କ ସମେତ ୩ଜଣ ସହଯୋଗୀ ଥିଲେ । ତେବେ ଆନ୍ଧ୍ର ଆରାକୁ ଠାରେ ପୁଲିସ ଯାଞ୍ଚ ବେଳେ ଟ୍ରକଟିକୁ ଅଟକାଇଥିଲେ । ପୁଷ୍ପା ଷ୍ଟାଇଲରେ ଟ୍ରକ ଭିତରେ ଏକ ସ୍ୱତନ୍ତ୍ର ଚାମ୍ବର କରି ୬୮୦ କିଲୋଗ୍ରାମ୍ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସକୁ ଚକମା ଦେଇ ଟ୍ରକ ମାଲିକ ଫେରାର ହୋଇଥିବା ବେଳେ ଗୋଲୁର ସରପଞ୍ଚ ସୁବାଷ ପାଙ୍ଗୀଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

Leave A Reply

Your email address will not be published.