mobile header

ବାଉଁଶ ଫାଳିଆରେ ପିଟି ପିଟି ମାନସଙ୍କୁ କରାଯାଇଥିଲା ହତ୍ୟା

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟିପିଟି ମାରିଦିଆଯାଇଥିବା ସୂଚନା ମିଳିଛି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ତଦନ୍ତକାରୀ ଟିମକୁ ସହଯୋଗ କରିଛି ଅଭିଯୁକ୍ତ ଝୁନା ଭୋଇ । ତେବେ ମେମୋରି ଚିପ୍ ସମ୍ପର୍କିତ କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ । ଏପରିକି ମାନସଙ୍କ ଘରକୁ ଯାଇ ମଧ୍ୟ ତଦନ୍ତକାରୀ ଟିମ୍ ମେମୋରି ଚିପ୍ ଖୋଜିସାରିଛି ।

କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ଦୟାଲ ଆଶ୍ରମକୁ ବି ଯାଇଥିଲା । ତେବେ ୩ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ ହୋଇଛି । କୁହାଯାଉଛି, ଏହି ବାଉଁଶ ଫାଳିଆ ଏବଂ କାଠ ଫାଳିଆରେ ମାନସଙ୍କୁ ଅତ୍ୟାଚାର କରାଯାଇଥିଲା । ତେବେ ମାନସଙ୍କୁ ଆକ୍ରମଣ କରାଯାଇଥିବା ସମସ୍ତ ସାମଗ୍ରୀ ଜବତ ହୋଇଛି । ଶର୍ମିଷ୍ଠାଙ୍କ କଥାରେ ଆକ୍ରମଣ ପରେ ସାମଗ୍ରୀକୁ ଫିଙ୍ଗି ଦିଆଯାଇଥିଲା । ଆଉ ଜବତ ସାମଗ୍ରୀ ଏସସିବିର ଏଫଏମଟି ବିଭାଗ ପଠାଯାଇଛି । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.