mobile header

ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାରେ ଜଣେ ଅଟକ ।

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ୍ ସିଂ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ପୁରୀ ଜିଲ୍ଲା ବାହାରୁ ତାଙ୍କୁ ଧରାଯାଇଥିବା ସୂଚନା ମିଳିଛି ।

ତେବେ ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାରେ ସିସିଟିଭିର ଫୁଟେଜକୁ ଅନୁଧ୍ୟାନ କରି ପୋଲିସ୍ ଜଣେ ବ୍ୟକ୍ତିଙ୍କ ଉପରେ ତଦନ୍ତ କେନ୍ଦ୍ରୀଭୂତ କରିଥିଲା । ସେମାନଙ୍କ କହିବା ଅନୁସାରେ, ଜଣେ ଜିନ୍ ପ୍ୟାଣ୍ଟ ପିନ୍ଧା ବ୍ୟକ୍ତି ମନ୍ଦିରରେ ଲୁଚି ରହିଥିଲା ଏବଂ ମନ୍ଦିର ପ୍ରଶାସନ ପୁଲିସ୍ ବା ଜେଟିପି ଦେଖିବା ପରେ ତାଙ୍କୁ ବାହାର କରିଦେଇଥିଲେ । ତେବେ ପୁଲିସ୍ ଓ ସେବାୟତ ଉଭୟ ଜେଟିପିର ସେହି କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ସେ କେମିତି ଛାଡ଼ିଲେ? କିନ୍ତୁ ସନ୍ଦେହ ହେଉଥିଲା ଏମିତି କୌଣସି ଏକ ବ୍ୟକ୍ତି ଉପରେ ଦୋଷ ଠେଲି ଦେଇ ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି କି ?

Leave A Reply

Your email address will not be published.