xmas

ଚେନ୍ନାଇରେ ଓଡିଆ ଯୁବକଙ୍କୁ ହତ୍ୟା

କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପାମ୍ପୁଣି ଗାଁର ରୁନା ମଣ୍ଡଳଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଚେନ୍ନାଇର ଥାମ୍ବ୍ରମ ପୁଲିସ କମିଶନରେଟ ଅଂଚଳର ଇ-୯ ଥାଜାମ୍ବୁର ଥାନା ଅଂଚଳରେ ଏହି ହତ୍ୟା ହୋଇଥିବା ଥାଜାମ୍ବୁର ପୁଲିସ କହିଛି। ଏହି ମାମଲାରେ ଉକ୍ତ

ଅଂଚଳର ଜଣେ ଅଭିଯୁକ୍ତ ସାମୁଏଲ୍ ଥାନାରେ ଆତ୍ମ ସର୍ମପଣ କରିଛି। ପୁଲିସର ତଦନ୍ତ ଜାରୀ ରହିଥିବାରୁ ଆସନ୍ତାକାଲି ହିଁ ସବିଶେଷ ବିବରଣୀ ଥାଜାମ୍ବୁର ପୁଲିସ ଦେବେ ବୋଲି କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ମୃତ ରୁନା ମଣ୍ଡଳ ଗତ ୧୨ବର୍ଷ ହେବ ଚେନ୍ନାଇର ଥାମ୍ବ୍ରାମ ଅଂଚଳରେ ରହି ଆସୁଛନ୍ତି। ସେ ଏକ ଡାଇମଣ୍ଡ ତିଆରି କଂପାନୀରେ କାମ କରୁଛନ୍ତି। ଏହାରି ମଧ୍ୟରେ ସେ ପାମ୍ପୁଣୀ ଅଂଚଳର ଆଉ କିଛି ଶିକ୍ଷିତ ବେକାର ଯୁବକଙ୍କୁ ନେଇ ସେଠାରେ ଥିବା କିଛି କଂପାନୀରେ ବିଭିନ୍ନ କାମରେ ନିଯୁକ୍ତି ବି କରାଇଥିଲେ। ସେହି ଯୁବକ ମାନେ ମୃତ ରୁନାଙ୍କ ରୁମରେ ହିଁ ମିଶିକି ରହୁଛନ୍ତି। ଗତ କାଲି ମୃତ ରୁନାଙ୍କର ଜନ୍ମ ଦିନ ଥିଲା। ରୁନାର ରୁମରେ ରହିଥିବା ପାମ୍ପୁଣୀର ଅନ୍ୟ ଯୁବକ ମାନଙ୍କୁ ସେ ସ୍ଥାନୀୟ ଅଂଚଳର କିଛି ବନ୍ଧୁଙ୍କ ସହ ଜନ୍ମଦିନ ପାର୍ଟି କରିବାକୁ ଯିବାକୁ କହି ଯାଇଥିଲେ।

ତେବେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସେମାନେ ବାରମ୍ବାର ତାଙ୍କ ମୋବାଇଲକୁ ରିଂ କରିବାରେ କେବଳ ରିଂ ହୋଇଥିଲା କେହି ଫୋନ ଉଠାଇନଥିଲେ। ତେବେ ବିଳମ୍ବିତ ରାତିରେ ପୁଲିସ ତାଙ୍କ ରୁମକୁ ଆସି ପଚାରି ବୁଝି ଯାଇଥିଲେ। ଅନ୍ୟ ପକ୍ଷରେ ରାତିରେ ପାର୍ଟି ଚାଳିବା ସମୟରେ ତାଙ୍କ ସହ ଥିବା କିଛି ଘଟଣା ହେବା ପରେ ଏହି ହତ୍ୟା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରେ ସଂଦେହ କରୁଛି। ଉକ୍ତ ଅଂଚଳରେ ଥିବା ଖେଳ ପଡ଼ିଆରେ ମୃତ ଦେହ ମିଳିଥିଲା। ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଗତ କାଲି ରାତିରେ ହିଁ ଥାଜାମ୍ବୁର ପୁଲିସ ଖବର ପାଇ ଘଟଣାସ୍ଥଳରୁ ଶବକୁ ସ୍ଥାନୀୟ ଏକ ଡାକ୍ତରଖାନାକୁ ନେଇକି ଯାଇଥିଲେ। ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଅଂଚଳର ଜଣେ ଅଭିଯୁକ୍ତ ସାମୁଏଲ୍ ଥାନାକୁ ଯାଇ ଆତ୍ମସର୍ମପଣ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.