
ଗୁଣପୁର ରେ ପୁଣି ଜଣେ ହାତୀ ଆକ୍ରମଣ ରେ ମୃତ । ଗୁଣପୁର :- ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳ ରେ ପୁଣି ଜଣକୁ ବଣୁଆ ହାତୀ ଦଳି ମାରିଦେଇଥିବା ଖବର ଗୁଣପୁର ରେ ଶୋକ।କୂଳ ପରିବେଶ ସୃଷ୍ଟି କରିଛି । ଆଜି ଅପରାହ୍ନରେ ଗୁଣପୁର ଉଠା ଜଳସେଚନ କାର୍ଯ୍ୟାଳୟ ନିକଟ ଅରବିନ୍ଦ ନଗର ରେ ରହୁଥିବା ବାଲି ଗୌଡ଼ ଙ୍କ ପୁତ୍ର ରମେଶ ଗୌଡ଼(୪୦ବର୍ଷ) ମଇଁସି ଗୋଠ ଧରି ଚାଲ କାମ୍ବା ବଡବନ୍ଧ ନିକଟ ସବାବୁଲ ପ୍ଲାଣ୍ଟେଶନ ହୋଇଥିବା ଜଙ୍ଗଲ କୁ ଯାଇଥିଲେ ।ସେ ସେହି ନିକଟରେ ହାତୀ ବୁଲୁଥିବା ଖବର ପାଇ ହାତୀ ଦେଖିବାକୁ ଯାଇଥିଲେ ତେବେ ଅଚାନକ ସେ ବଣୁଆ ହାତୀ ଦଳ ସାମନାରେ ପଡ଼ି ଯାଇଥିଲେ ।ସଙ୍ଗେ ସଙ୍ଗେ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ଏକ ଗଛ କୁ ଝୁଣ୍ଟି ପଡ଼ି ତଳେ ପଡିଯାଇଥି ଥିଲେ ।ପରେ ହାତୀ ଆସି ତାଙ୍କୁ ଦଳି ଦେଇଥିଲା । ଖବର ପାଇ ଘଟଣା ସ୍ଥଳେ ଥିବା ବାନ ବିଭାଗ କର୍ମଚାରୀ ୧୦୮ଯୋଗେ ମୃତ ଦେହ କୁ ଉଧାର କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପ ଖଣ୍ଡ ଡାକ୍ତର ଖାନା କୁ ଅଣାଯାଇଛି ବୋଲି ଗୁଣପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି କହିଛନ୍ତି । ଏ ଠାରେ ଉଲ୍ଲଖାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୩ ତାରିଖ ଦିନ ମଧ୍ୟ ଗଦାଧର ସେନାପତି ନାମକ ଜଣେ ବ୍ୟବସାୟୀ ହାତୀ ଦେଖିବାକୁ ଯାଇ ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିଲେ । ଗତ ୩ମାସ ଧରି ଏହି ୬ଟିକିଆ ବଣୁଆ ହାତୀ ପଲ ଖାଦ୍ୟ ଅନ୍ୱେଷଣ ରେ ଗୁଣପୁର ଅଞ୍ଚଳ ରେ ବଂଶଧାରା ନଦୀ ପାର୍ଶ୍ବ ରେ ବୁଲୁଛନ୍ତି ଓ ଏଥି ପ୍ରତି ଵନ ବିଭାଗ ତୀକ୍ଷ୍ଣ ନଜର ରଖିଥିବା ସତ୍ତ୍ବେ ଏହିଭଳି ଅଭାବନୀୟ ଘଟଣା ଘଟୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।