
ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଉପସଭାପତି ଏମ. ବାଳକୃଷ୍ଣ ରାଓଙ୍କ ସହଯୋଗରେ ଏକ ୨୫ ଜଣିଆ ଆଥଲେଟିକ୍ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ସୂଚନା ଯୋଗ୍ୟ, ଶୁକ୍ରବାର(ଆସନ୍ତାକାଲି) ୮ ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କିଟ୍ ଆଥଲେଟିକ୍ ଷ୍ଟାଡିୟମରେ ୬୮ ତମ ରାଜ୍ୟ ଆଥଲେଟିକ ମିଟ୍ ଅନୁଷ୍ଠିତ ହେଉଛି । ଗସ୍ତ କରିଥିବା ଦଳର ମ୍ୟାନେଜର ଭାବରେ ଦୁର୍ଯ୍ୟ ହରିଜନ ଏବଂ କୋଚ୍ ଭାବରେ ଶେଷ ସାନ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଗସ୍ତ ପୂର୍ବରୁ ଜିଲ୍ଲା କ୍ରୀଡା ସଙ୍ଘର ଆଥଲେଟିକ୍ ସମ୍ପାଦକ ଜ୍ୟୋତି ପରିଛା ଏବଂ ଶଶାଙ୍କ ଶେଖର ବେହେରାଙ୍କ ସମେତ ନବରଙ୍ଗପୁର ଜିଲ୍ଲା ଦଳ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ଯାଇ ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ଦଳକୁ ଜିଲ୍ଲାପାଳ ତଥା କ୍ରୀଡ଼ା ସଙ୍ଘର ସଭାପତି କୋମଳ ଲଚୋନ ମିଶ୍ର, ଏବଂ ଜିଲ୍ଲାର ପ୍ରାକ୍ତନ ଖେଳାଳି ମାନେ ଶୁଭକାମନା ଜଣାଇଛନ୍ତି ।