mobile header

ବି.ଶୁଭ୍ରଶଙ୍କର ଜ୍ୟୋତି ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ

ଆଠଗଡ:ପୌରନିର୍ବାଚନର ଅନ୍ତିମ ଚରଣରେ ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଉପନଗରପାଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଏନଏସିର ଉପନଗରପାଳ ଭାବେ ୧୭ନଂ ୱାର୍ଡ ପାରିଷଦ ବି ଶୁଭ୍ରଶଙ୍କର ଜ୍ୟୋତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶୁଭ୍ରଶଙ୍କର ଏକମାତ୍ର ପ୍ରାର୍ଥୀଭାବେ ଗୋଟିଏ ସେଟ୍‍ ପ୍ରାର୍ଥୀପତ୍ର ନିର୍ଦ୍ଧାରିତ ସମୟରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ନିକଟରେ ଦାଖଲ କରିଥିଲେ। ଅପରାହ୍ନ ୧ଟା ସୁଦ୍ଧା ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଶୁଭ୍ରଶଙ୍କରଙ୍କୁ ନିର୍ବାଚିତ ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ୧୦ନଂ ୱାର୍ଡ ପାରିଷଦ ଅଶୋକ କୁମାର ବାରିକ ଶୁଭ୍ର ଶଙ୍କରଙ୍କର ନାମାଙ୍କନରେ ପ୍ରସ୍ତାବକ ରହିଥିବାବେଳେ ୧ନଂ ୱାର୍ଡ ପାରିଷଦ ସୁଶାନ୍ତ କୁମାର ଜେନା ସମର୍ଥକ ରହିଥିଲେ। ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୁ ଜନତା ଦଳର ଅଧିକୃତ ପ୍ରତିନିଧି ଭାବେ ଏହି ନିର୍ବାଚନ ସମୟରେ ଉପସ୍ଥିତ ଥିଲେ। ନିର୍ବାଚିତ ହେବା ପରେ ଶୁଭ୍ରଶଙ୍କରଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ନଗରପାଳ ସସ୍ମିତା ରାଉତ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଏବଂ ଅନ୍ୟ ୧୫ଜଣ ବିଜେଡି ପାରିଷଦ ଅଭିନନ୍ଦନ ଜଣାଇଥିଲେ। ଆଠଗଡ ସହରର ସର୍ବାଙ୍ଗୀନ ବିକାଶ କରିବାରେ ପ୍ରାଥମିକତା ଦେବା ସହ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନକୁ ଅଗ୍ରାଧିକାର ଦେବେ ବୋଲି ନବନିର୍ବାଚିତ ଉପନଗରପାଳ ଶୁଭ୍ରଶଙ୍କର ପ୍ରକାଶ କରିଥିଲେ।

Leave A Reply

Your email address will not be published.