
କୋଣାର୍କ ଏନ ଏ ଏସି ରେ ବିଜେଡି ସଫଳତା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲାପରିସଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁଭାଇ) ଙ୍କ ସଠିକ ଓ ମିଳିତ ଯୋଜନା ଫଳରେ ପ୍ରଥମେ ଅଧ୍ୟକ୍ଷ ପଦ ଆଉ ଏବେ ଉପାଧ୍ୟକ୍ଷ ପଦ ବିଜେଡି ହାତେଇଛି ।କୋଣାର୍କ ଏନ ଏସ ସି ରେ ଦୁଇ ଦୁଇ ଟି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ କୁ ହାତେଇଲା ବିଜେଡି, ଚଳିତ ପୌର ନିର୍ବାଚନ ରେ ବିଜେଡି ର ସଫଳ ରଣନୀତି ଓ ଉପଯୁକ୍ତ ଗୋଟି ଚାଳନା ପାଇଁ ଦଳ କୋଣାର୍କ ଏନ ଏସ ସି କୁ ହାତେଇ ବିରୋଧୀ ଙ୍କୁ ଦେଇଛି କଡା ଟକ୍କର।ଅଧ୍ୟକ୍ଷ ପଦ ରେ “ସଂଯୁକ୍ତା ତ୍ରିପାଠୀ” ଓ ଉପାଧ୍ୟକ୍ଷ ପଦ ରେ “ସୁରେଶ ଚନ୍ଦ୍ର ରାଉତରାୟ” ବିଜୟୀ ହୋଇ ଗଡ଼ କୁ ହାତେଇ ଦଳ କୁ ମଜବୁତ କରିଥିବା ବେଳେ କୋଣାର୍କ ଏନ ଏ ସି ରେ ବିଜୁ ଜନତା ଦଳ ର ବାଜିମାତ ର ଚାଣକ୍ୟ ପାଲଟିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ “ସତ୍ୟବ୍ରତ ପାତ୍ର,” ବା ସଭିଙ୍କ ପ୍ରିୟ “ରମୁ ଭାଇ”।ଦଳ ର ଥିବା ସମସ୍ତ ଵାଦ ବିବାଦ ଓ ଗୋଷ୍ଠୀ କନ୍ଦଳ କୁ ଦୂର କରି ଦଳକୁ ସୁଦୃଢ କରିବାରେ ତାଙ୍କ ଭୂମିକା ଅନନ୍ୟ।ନିଜର ସଫଳ ରଣନୀତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଦୃଢ଼ କରିବାରେ ତାଙ୍କର ସୁଚିନ୍ତିତ ପ୍ରୟାସ ରେ ସେ ହୋଇଛନ୍ତି ସଫଳ।ଯାହା ଆଜିର କୋଣାର୍କ ଏନ ଏ ଏସି ଉପାଧ୍ୟକ୍ଷ ନିର୍ବାଚନ ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।ନିଜର ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ ବଳ ରେ ବିଜୁ ଜନତା ଦଳକୁ ୮ ଟି ଭୋଟ ଅକ୍ତିଆର କରାଇ ଜିତାଇ ସେ ପ୍ରଶଂସା ର ପାତ୍ର ହୋଇଛନ୍ତି।ଅନ୍ୟପଟେ ବିରୋଧୀ କଂଗ୍ରେସ କୁ ଧରାଶାୟୀ କରାଇବା ସହିତ କଂଗ୍ରେସ ଉପାଧକ୍ଷ ନିର୍ବାଚନ ରେ ମାତ୍ର ୨ ଖଣ୍ଡ ଭୋଟ ପାଇଥିଲାବେଳେ ଗୋଟିଏ ଭୋଟ କଂଗ୍ରେସ ର ନାକଜ ହୋଇଯାଇଥିଲାବେଳେ ବିଜେପି ର ଦୁଇ ଜଣ କାଉନସିଲର ଭୋଟ ଦାନ ରୁ ବିରତ ରହିଥିଲେ ।