mobile header

ଭୁବନେଶ୍ୱରରେ ଓଲଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,

ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ଆଜି ବସ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଡିଭାଇଡରରେ ପିଟି ହେବା ଫଳରେ ବସଟି ଓଲଟି ପଡିଛି । କିନ୍ତୁ ଭାଗ୍ୟବଶତଃ ବସରେ ଥିବା ୩୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତ ହୋଇଥିବା କିଛି ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା । ରାସ୍ତା ଉପରେ ଗାଡ଼ିଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଏକ ଝିଅର ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.