
ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସରଙ୍କ ସ୍ତରରେ ଏକ ଛୋଟ ଅଦଳବଦଲ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ଗୋପବନ୍ଧୁ ମିଶ୍ରଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବଦଳି କରାଯାଇଛି । ସେହିପରି ଏସ୍ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜଶ୍ରୀ ସାମଲଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ଏମ୍ଭି ନରସିମାଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ସୁଭେନ୍ଦୁ ଆଚାର୍ୟ୍ୟଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏସ୍ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ଏନ୍ଟି ମିଞ୍ଜାଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏସ୍ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ମଞ୍ଜୁଲତା ଦାଶଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ଏସ୍ ନାୟକଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ତାପସ କୁମାର ରାଉତଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜେଶ କୁମାର ଡୋରାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏସ୍ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ସତ୍ୟଜିତ ରାଏଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ ଏବଂ ଏସ୍ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ସଘଂମିତ୍ରା ମହାପାତ୍ରଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲକୁ ବଦଳି କରାଯାଇଛି