
ଯାଜପୁର: ଗତ ୬ ତାରିଖରେ ନୀଳଗିରିର ସମ୍ବାଦ-କନକ ଟିଭିର ପ୍ରତିନିଧିଙ୍କୁ ଆଇଆଇସି ଦ୍ରୌପଦୀ ଦାସ ମାଡ଼ ମାରିବା ସହ ଗିରଫ କରି ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାରେ ଆଜି ଯାଜପୁର ୟୁନିଅନ ଅଫ ଜରନାଲିଷ୍ଟ(ଜେଉଜେ) ପକ୍ଷରୁ ଜୋରଦାର ବିରୋଧ ପଦର୍ଶନ କରାଯାଇଛି। ତେବେ ଆଜି ଗାନ୍ଧୀ ଛକଠାରେ ଏହି ପ୍ରତିବାଦ କରାଯାଇଥିଲା। ଯାଜପୁରର ସାମ୍ବାଦିକମାନେ ସମ୍ପୃକ୍ତ ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।