mobile header

ଭଦ୍ରକ: ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବ‌ା ଘଟଣାକୁ ନେଇ ଭଦ୍ରକରେ ତାତିଲେ ସାମ୍ବାଦିକ। ବାଲେଶ୍ବର ଜିଲ୍ଲା ନୀଳଗିରିର ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା।

ଏହି ଘଟଣା‌କୁ ନେଇ ଭଦ୍ରକରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଭଦ୍ରକରେ ଓଡ଼ିଶା ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନ କରିଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ଉଠାଇଛନ୍ତି। ଏନେଇ ଏସ୍‌ପି ଚରଣ ସିଂ ମୀନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.