mobile header

ବିଜେଡିର ମଞ୍ଜୁଲତା ଡେପୁଟି ମେୟର ପ୍ରାର୍ଥୀ

.ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା । ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । ହେଲେ ଦଳ ମୁଖିଆ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ ।

Leave A Reply

Your email address will not be published.