mobile header

କାର୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

ଅଭିନବ ଉପାୟରେ କାର ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍।ଜଣେ ଆର୍‌ଟିଓ ଦଲାଲଙ୍କ ସମେତ ତିନି ଜଣ ଗିରଫ। ଏମାନଙ୍କୁ ଗିରଫ କରିଛି ଭୁବନେଶ୍ୱର ପୁଲିସ୍।

ଏହି ଲୁଟେରା ଗ୍ୟାଙ୍ଗ ବଡ଼ ଚତୁରତାର ସହ ଲୋକଙ୍କୁ ଚୁନା ଲଗାଇ କାର ଲୁଟି ନେଉଥିଲେ। ଯେଉଁ ବ୍ୟକ୍ତି ତାଙ୍କ କାର୍ ବିକ୍ରି କରିବାକୁ ଯୋଜନା କରୁଥିଲେ ଏହ ଗ୍ୟାଙ୍ଗ ତାଙ୍କ ଘରେ ପହଞ୍ଚୁଥିଲା। ଚାଲାକି କରି ୧୦ ଲକ୍ଷ୍ୟ ଟଙ୍କାର କାରକୁ ୨ ଲକ୍ଷ ଅଗ୍ରୀମ ଦେଇ ଗାଡ଼ି ନେଇଯାଉଥିଲେ। ଆଉ ଆର୍‌ଟିଓ ଦଲାଲ କାଳୁ ଗାଡ଼ିର ନକଲି କାଗଜ ପତ୍ର ପ୍ରସ୍ତୁତ କରୁଥିଲା।

ଯେଉଁ କାର ଫାଇନାନ୍ସରେ ଥିଲା ସେ କମ୍ପାନୀକୁ କହି ଗାଡ଼ି ଜବତ କରୁଥିଲେ। ହେଲେ ଚୋର ପାଇଁ ସବୁବେଳେ ଅନ୍ଧାର ରାତି ହୋଇନଥାଏ। ଚତୁରତରା ସହ କାର୍‌ ଲୁଟୁଥିବା ଏହି ଗ୍ୟାଙ୍ଗ ଶଷରେ ପୁଲିସ ହାତର ଧରାପଡ଼ିଛି। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ସହିଦ ନଗର ପୋଲିସ

Leave A Reply

Your email address will not be published.