
ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି। ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି। ମୋଟ ୧୪ ଶହ ୨୩ ଟି ଦିଆସିଲି କାଠିରେ ୨୪ ଇଞ୍ଚ ଓସାର ଓ ୩୫ ଇଞ୍ଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତିରେ। ପୁରୀ କୁମ୍ଭାରପଡ଼ାର ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତି କୁ ଦିଆସିଲି କାଠିରେ ତିଆରି କରିଛନ୍ତି। ସେ ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି।