mobile header

ନବରଙ୍ଗପୁରରେ ଲାଗିଲା ତାପମାନ ଯନ୍ତ୍ର

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଲାଗିଲା ତାପମାନ ଯନ୍ତ୍ର। ଜିଲ୍ଲାବାସୀ ଏଣିକି ସିଧାସଳଖ ଗ୍ରୀଷ୍ମପ୍ରବାହର ସୂଚନା ପାଇପାରିବେ। ଦିନକୁ ଦିନ ଜଙ୍ଗଲ କ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତିବର୍ଷ ବଢି ବଢି ଚାଲିଛି। ଗ୍ରୀଷ୍ମପ୍ରବାହ ପାଇଁ ଲୋକମାନଙ୍କୁ ସତର୍କ ସୂଚନା ଦେବା ପାଇଁ ଜିଲ୍ଲାରେ ତାପମାନ ଯନ୍ତ୍ର ନ ଥିଲା। ଏ ନେଇ ବିଗତ ଦିନରେ ବିଭିନ୍ନ ଗୋନମଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ସହିତ ସ୍ୱତନ୍ତ୍ର ଆୟୁକ୍ତ ରିଲିଫଙ୍କ ନିର୍ଦେଶ କ୍ରମେ ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ମିଳିତ ସହଯୋଗରେ ତାପମାନ ଯନ୍ତ୍ର ଏବଂ ବର୍ଷା ଜଳ ମାପ ଯନ୍ତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି।

ବାୟୁମଣ୍ଡଳର ବିଜ୍ଞାନ ଓ ପର୍ୟ୍ୟବେକ୍ଷଣ ପାଇଁ ଓଡିଶା ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗରେ ଏହି ତାପମାନ ଯନ୍ତ୍ର ସ୍ଥାପନ କରାଯାଇଛି। ସ୍ୱତନ୍ତ୍ର ଆୟୁକ୍ତ ରିଲିଫ ଏବଂ ଭାରତୀୟ ପାଣିପାଗ ବିଭାଗରୁ ଆସିଥିବା ନରେନ୍ଦ୍ର କୁମାର ସାହୁ ଏବଂ ଭରତ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଜରୁରୀକାଳୀନ ଉପବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ସେକ୍ସନ ଅଫିସର ଧନପତି ନାୟକ, ବରିଷ୍ଠ ରାଜସ୍ୱ ସହାୟକ ଦୁର୍ଗା ମାଧବ ପଣ୍ଡା, ଡାଟା ଏଣ୍ଟ୍ରି ଅପରେଟର ଅଭିନାଶ ପାତ୍ର ଏହି ଯନ୍ତ୍ର ପରିଚାଳନା ବିଷୟରେ ତାଲିମ ନେଇଥିଲେ। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସନ୍ଦୀପ ନାୟକ, ବବିନା ସୁଲତାନ, ରୀନା ରାଣୀ ପାତ୍ର, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.