mobile header

ବିଦା ହେଲେ ଇମ୍ରାନ୍

ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ। ତେବେ ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି। ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଅାସିଥିବାରୁ ବିଭିନ୍ନ ସହର‌େର ସେନା ମୁତୟନ କରାଯାଇଛି। କେବଳ ଏତିକି ନୁ‌େହଁ, ସମସ୍ତ ବିମାନଘାଟିରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ନେତା ଏବଂ ଅଧିକାରୀମାନଙ୍କ ଦେଶ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି।

ଅନାସ୍ଥା ପ୍ରସ୍ତାବ ଭୋଟ୍ ଲାଗି ସୁ୍ପ୍ରିମ କୋର୍ଟଙ୍କ ନିର୍ଦେଶକୁ ଟାଳିବା ପାଇଁ ଆଜି ଦିନ ତମାମ କସରତ୍ ଚାଲିଥିଲା। ତେବେ ରାତିରେ ସଂସଦ ବୈଠକ ବସିଥିଲା। କିନ୍ତୁ ଅନାସ୍ଥା ‌େଭାଟ୍ ପୂର୍ବରୁ ଉଭୟ ବାଚସ୍ପତି ଏବଂ ଉପବାଚସ୍ପତି ଇସ୍ତଫା ଦେଇଥିଲେ। ସେମାନଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ବିଚାରପତି ଅନାସ୍ଥା ଭୋଟ୍ କରାଇଥିଲେ। ମଧ୍ୟରାତିରେ ହୋଇଥିବା ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସମସ୍ତ ସଭ୍ୟ କକ୍ଷତ୍ୟାଗ କରିଥିଲେ। ମତଦାନରେ ଇମ୍ରାନଙ୍କ ବିରୋଧରେ ୧୭୪ ଟି ଭୋଟ୍ ପଡ଼ିଥିଲା। ଆଜି ଦିନ ୧୦ଟା ୩୦ରେ ଭୋଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ବାଚସ୍ପତି ଏହା କରାଇ ଦେଇନଥିଲେ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ବାଚସ୍ପତିଙ୍କ ଦ୍ବାରା ରାତି ୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା ଏବଂ ଅନାସ୍ଥା ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଆଜି ଦିନ ତମାମ ସଂଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ଏବଂ ବାଚସ୍ପତି ଭୋଟ୍‌ ଗ୍ରହଣ ପାଇଁ ଆଦେଶ ଜାରି ନକରିବାରୁ ଉତ୍ତେଜନା ବଢ଼ିଥିଲା। ଅନାସ୍ଥା ଉପରେ ପୁନର୍ବିଚାର ଆବେଦନ ହୋଇଥିବାରୁ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ମଧ୍ୟ ରାତି ୧୧ଟାରେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲେ। ଭୋଟ୍‌ ଗ୍ରହଣ ନହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଗିରଫ କରାଯିବ ବୋଲି ଖବର ପ୍ରଚାରିତ ହୋଇଥିଲା। ରାତି ସାଢ଼େ ୧୧ଟାରେ ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଓ ଉପବାଚସ୍ପତି ନାଟକୀୟ ଭାବେ ଇସ୍ତଫା ଦେଇ ଗୃହରୁ ଚାଲିଯିବା ପରେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ନୂଆ ବାଚସ୍ପତିଙ୍କୁ ଗୃହ ପରିଚାଳନା ଦାୟିତ୍ବ ଦିଆଯାଇଥିଲା ଏବଂ ଭୋଟ୍‌ ଗ୍ରହଣ ହୋଇଥିଲା।

Leave A Reply

Your email address will not be published.