
୧୧/ଦେବଗଡ଼:::: ଦେବଗଡ଼ ପୋୖରାଞ୍ଚଳ ବଣିଆସାହି ଅଷ୍ଟପ୍ରହରି ନାମ ଯଜ୍ଞ କମିଟି ର ପ୍ରସ୍ତୁତି ବୈଠକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସଦସ୍ୟ କୁଳମଣି ସାହୁଙ୍କ ସ୍ୱଭାପତିତ୍ୱତ ରେ ଅନୁଷ୍ଠିତ ବୈଠକରେ ଆଗାମୀ ନାମ ଯଜ୍ଞ ଉପରେ ଆଲୋଚନା କରାଯାଇ ଥିଲା। ବିଗତ ଦୁଇ ବର୍ଷ ହେବ କୋଭିଡ ପାଇଁ ନାମ ଯଜ୍ଞ ଆଡମ୍ବର ସହ ଅନୁଷ୍ଠିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଚିତାକର୍ଷକ ସହିତ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ନାମଯଜ୍ଞ ପାଇଁ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ପତିତ ପାବନ ସାହୁ (ବୁଟୁ), କୋଷାଧ୍ୟକ୍ଷ ଶିବ ଶଙ୍କର ସାହୁ ଓ ସହ କୋଷାଧ୍ୟକ୍ଷ ଭାବେ କାବୁଲୁ ଜେନା ଙ୍କୁ ମନୋନୀତ କରାଯାଇଛି। ଆସନ୍ତା ବୈଶାଖ ମାସ ୧୩.୫.୨୨ ଅଧିବାସ , ୧୪ ତାରିଖରେ ନାମ ଯଜ୍ଞ ଏବଂ ୧୫ ତାରିଖ ଦିନ ନଗର କୀର୍ତ୍ତନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସର୍ଵ ଶେଷ ରେ ନାମଯଜ୍ଞ କୁ ସଫଳତା ର ସମାପନ ପାଇଁ ସଭାପତି ଶ୍ରୀ ସାହୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ପ୍ରସ୍ତୁତି ବୈଠକ ରେ ଧନଞ୍ଜୟ ଝାଙ୍କର, ସତ୍ୟ ନାରାୟଣ ନାୟକ, ରାଜ ପିଆରୀ ସାହୁ, ଧ୍ରୁବ ଚରଣ ନାୟକ , ଜୟକୃଷ୍ଣ ସାହୁ , ହରେ କୃଷ୍ଣ ସାହୁ , ସତ୍ୟ ନାରାୟଣ ନାୟକ , ଜନ୍ମା ଜୟ ନଏକ,ଆଶିଷ କପରଦାର, ବାବୁ ଖଡିରତ୍ନ ଓ ବିକାଶ ପୃଷ୍ଟି ପ୍ରମୁଖ ସାହିର ବହୁ ବରିଷ୍ଠ ଓ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ।