mobile header

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସମାବେଶ ଓ ପୁସ୍ତକ ଉନ୍ମୋଚନ ପର୍ବ

ବାଙ୍ଗାଲୋରର ଆଗରା ଜଗନ୍ନାଥ ପ୍ରାଙ୍ଗଣରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସମାବେଶ ଓ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ପ୍ରବାସରେ ରହି ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ବିତିଯାଇଥିବା ଉତ୍କଳ ଦିବସ ଆଉ ଆଗକୁ ଆସୁଥିବା ଓଡ଼ିଆ ନବବର୍ଷର ମଧ୍ୟବର୍ତ୍ତୀ ସମୟରେ ଏକା ସାଙ୍ଗରେ ଦୁଇ ଦୁଇଟି ପର୍ବକୁ ଅତି ଆନନ୍ଦ ସହକାରେ ପାଳନ କରିଥିଲେ । ଏହି ସାହିତ୍ୟ ସମାବେଶରେ ଅନେକ ପ୍ରବାସୀ ଓଡ଼ିଆ ଯୋଗଦାନ କରି ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ସହିତ ସାହିତ୍ୟିକ ମାନେ ଆଲୋଚନା କରୁଥିବା ଭାଷା ଓ ସାହିତ୍ୟର ଜୟ ଜୟକାର କରିଥିଲେ । ଏଥିରେ ଅତିଥି ଭାବରେ ଇସ୍ରୋ ବୈଜ୍ଞାନିକ ଡ଼ଃ ଶରତ କୁମାର ଦାସ, ଅଧ୍ୟାପକ ଶ୍ରୀ ଅରୁଣ କୁମାର ବେହେରା ଏବଂ ନ୍ୟାୟାଧୀଶ ଶ୍ରୀ ଜୟପ୍ରକାଶ ଉଦଗତା ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ କୁ ବଞ୍ଚାଇ ରଖିବାକୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଏହି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ସମାବେଶରେ ଦୁର୍ଗେଶ ନନ୍ଦିନୀଙ୍କ ପୁସ୍ତକ “ଯୁଜୁତ୍ସୁ” ଉନ୍ମୋଚିତ ହୋଇଥିଲା । ଏଥିରେ ଇଂ.ଅବନ୍ତି ମଲ୍ଲିକ,ଅନୁରୂପା ସିଂ, ଯୋଗେଶ ହୋତା, ମନୋଜ ପାତ୍ର, ଦତ୍ତହରି ମାଝି, ପାର୍ଥ ସାରଥୀ ଦାସ, ଜୟ ଚନ୍ଦ୍ର ମୁନି, ବିଶ୍ୱଭାରତୀ ଦାସ , ବିଶ୍ୱରଞ୍ଜନ ଗୋସ୍ୱାମୀ, ପ୍ରଶାନ୍ତ କୁମାର ନାଥ,ତେଜସ୍ୱିନୀ ପାତ୍ର, ଯାଜ୍ଞସେନି ପଣ୍ଡା, ହେତୁବାଦୀ ବାଲ୍ମୀକି ନାୟକ,ଲୋପମୁଦ୍ରା ପରିଡା,ଲମ୍ବୋଦର ବେହେରା,ଗାଳ୍ପିକା ସଂଯୁକ୍ତା ଶରଣଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ତାପସ ରାଜ୍ ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦୁର୍ଗେଶ ନନ୍ଦିନୀ ଆହେ ନୀଳ ଶୈଳ ଗୀତ ଗାଇ ସଭାଟିକୁ ଆରମ୍ଭ କରିଥିଲେ । ପରେ ପ୍ରଶାନ୍ତ କୁମାର ନାଥଙ୍କ ସଂଯୋଜନରେ ଅନେକ ସାହିତ୍ୟକ ସେମାଙ୍କର ସର୍ଜନା ପାଠ କରିଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆସରରେ ଯୋଗଦେଇଥିବା ତଥା ମନ୍ଦିରକୁ ଆସୁଥିବା ଅନେକ ଭକ୍ତ ମାନେ ମଧ୍ୟ ଏହି ସାହିତ୍ୟ ସମାବେଶକୁ ଅତି ଆନନ୍ଦରେ ଉପଭୋଗ କରିଥିଲେ I

Leave A Reply

Your email address will not be published.