mobile header

ଆଜି Jai Maa Durga District Taxi Drivers Association, Malkangiri ତରଫରୁ, ସଙ୍ଘର ଗୋଟିଏ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ପୈାର ପରିଷଦର ( Municipality ) ନବ ନିର୍ବାଚିତ ଚେୟାରମେନ ଶ୍ରୀ ମନୋଜ କୁମାର ବାରିକ ( ଭାନୁ ଭାଇ ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସଙ୍ଘର ଗାଡ଼ି ଚାଲକ ମାନଙ୍କୁ ଉଦବୋଧନ ଦେଇଥିଲେ। ସଙ୍ଘର ସପାପତି ତଥା ମାଲକାନଗିରି ର ପ୍ରାକ୍ତନ ବିଧାୟକ ଓ ବର୍ତ୍ତମାନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମି, ଡ୍ରାଇଭର ମାନେ ସେମାନଙ୍କ ନିଜ ନିଜର ଗାଡ଼ି ସବୁର ଲାଇସେନ୍ସ, ଫିଟନେସ ଏବଂ ଇନସୁରେନ୍ସ ଇତ୍ୟାଦି ଅପଟୁଡେଟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ଆଇନଜୀବି ତଥା ସଂଘ ର ଆଇନ ଉପଦେଷ୍ଟା ଶ୍ରୀ ଲମ୍ବୋଦର ତୁରୁକ ମଧ୍ୟ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ନବ ନିର୍ବାଚିତ ଚେୟାରମେନ ଶ୍ରୀ ମନୋଜ ବାରିକ ମହୋଦୟଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ବାରିକ ମହୋଦୟ, ସଂଘର ଟ୍ୟାକ୍ସି ଷ୍ଟାଣ୍ଡ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଯାଗା ଏବଂ ଅଫିସ ନିର୍ମାଣ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଘ ର ସମ୍ପାଦକ ଶ୍ରୀ ଶିବ ପ୍ରସାଦ କିର୍ତ୍ତନୀୟା ପରିଚାଳନା କରିଥିଲେ। ଅବଶେଷରେ ସଂଘର ପ୍ରାକ୍ତନ ଉପ – ସଭାପତି ଶ୍ରୀ ସଞ୍ଜୀବ ବାଲା ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.