mobile header

ବଡ଼ ରାଜ୍ୟ ତାଲିକାରେ ୧୬ ନମ୍ବରରେ ଓଡ଼ିଶା

ନିତି ଆୟୋଗ ପକ୍ଷରୁ ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ (ଏସ୍‌ଇସିଆଇ) ପ୍ରଥମ ରାଉଣ୍ଡ ଆଜି ଜାରି ହୋଇଛି । ଶକ୍ତି ଓ ଜଳବାୟୁ କ୍ଷେତ୍ରରେ ୬ଟି ମାପଦଣ୍ଡକୁ ବିଚାରକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ ପଦର୍ଶନ ଭିତ୍ତିରେ ଏହି ସୂଚକାଙ୍କରେ ର‌୍ୟାଙ୍କ ମିଳିଛି । ମୋଟ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ସାମଗ୍ରୀକ ଭାବେ ୨୨ତମ ର‌୍ୟାଙ୍କରେ ରହିଥିବା ବେଳେ ୨୦ ବଡ଼ ରାଜ୍ୟମାନଙ୍କ ତାଲିକାରେ ୧୬ ନମ୍ବରରେ ରହିଛି ।

୬ଟି ମାପଦଣ୍ଡ ମଧ୍ୟରୁ ଓଡ଼ିଶା ଶକ୍ତିର ପହଞ୍ଚ, ସାମର୍ଥ୍ୟ ଓ ବିଶ୍ୱସନୀୟତା ବର୍ଗରେ ୫୭.୪ ସ୍କୋର ସହ ବଡ଼ ରାଜ୍ୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ସେହିଭଳି ଡିସକମ୍‌ଗୁଡ଼ିକର ପ୍ରଦର୍ଶନ ମାପଦଣ୍ଡରେ ୫୯.୦ ସ୍କୋର ସହ ୧୦ ନମ୍ବରରେ ରହିଛି । ମାତ୍ର, ଅନ୍ୟ ୪ଟି ମାପଦଣ୍ଡରେ ଓଡ଼ିଶା ବେଶ୍ ପଛରେ ପଡ଼ିଛି । ଶକ୍ତି ଦକ୍ଷତାରେ ରାଜ୍ୟ ମାତ୍ର ୨୧.୮ ସ୍କୋର କରି ବଡ଼ ରାଜ୍ୟଙ୍କ ମଧ୍ୟରେ ୧୫ତମ ସ୍ଥାନ ହାସଲ କରିଛି । ସେହିଭଳି ସ୍ୱଚ୍ଛ ଶକ୍ତି ପଦକ୍ଷେପରେ ୪.୮ ସ୍କୋର ସହ ୧୭ ନମ୍ବରରେ, ପରିବେଶରେ ସ୍ଥିରତା ଓ ନୂତନ ପଦକ୍ଷେପ ବର୍ଗରେ ଯଥାକ୍ରମରେ ୨୨.୬ ଓ ୦.୯ ସ୍କୋର ସହ ରାଜ୍ୟ ୧୮ ନମ୍ବର ର‌୍ୟାଙ୍କରେ ରହିଛି । ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଆଦି ରାଜ୍ୟ ସ୍ୱଚ୍ଛ ଶକ୍ତି ପଦକ୍ଷେପ, ଶକ୍ତି ଦକ୍ଷତା, ପରିବେଶ ସ୍ଥିରତା ଏବଂ ନୂତନ ପଦକ୍ଷେପ ଦିଗରେ ଅଧିକ କାମ କରିବାକୁ ପଡ଼ିବ ବୋଲି ନିତି ଆୟୋଗ କହିଛନ୍ତି ।

ଉନ୍ମୋଚନ ବେଳେ ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ସିଇଓ ଅମିତାଭ କାନ୍ତ, ଶକ୍ତି ମନ୍ତ୍ରଣାଳୟ ସଚିବ ଆଲୋକ କୁମାର, ନିତି ଆୟୋଗ ସଦସ୍ୟ ଡ. ବିକେ ସାରସ୍ୱତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.