mobile header

ବଡ଼ ଭାଇର ବଂଶ ବୁଡ଼ାଇଲା ସାନଭାଇ

ବଇରୀ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଛି । କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗୋଟିଏ ପରିବାର ୫ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ମାନେ ହେଲେ ଅଲେଖ ସାହୁ ତାଙ୍କ ସ୍ତ୍ରୀ ରଶ୍ମିରେଖା ପୃଷ୍ଟି, ନାତୁଣୀ ସ୍ମୃତିସନ୍ଧ୍ୟା ଓ ଦୁଇ ନାତି ସ୍ମୃତି ସାଇ, ସ୍ମୃତି ସୌରଭ । ଅଭିଯୁକ୍ତ ଶିବସାହୁ ବଡଭାଇର ପରିବାରୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି । ଏଥିସହ ହତ୍ୟାପରେ ଏକ ଭିଡିଓ ଜାରି କରି ନିଜେ ମାରିଥିବା ସ୍ୱୀକାର କରିଛି ।

ଅଭିଯୁକ୍ତ ସାନ ଭାଇ ଶିବ ସାହୁ ଭିଡିଓ ରିଲିଜ୍ କରି ସତ ମାନିଛି । ପାରିବାରିକ ବିବାଦ ଯୋଗୁଁ ସେମାନେ ମୋତେ ହଇରାଣ କରୁଥିଲେ । କାଲି ରାତିରେ ସେମାନେ ସମସ୍ତେ ମୋତେ ମିଶି ମାରିଲେ । ମୁଁ ବି ରାଗି ସମସ୍ତଙ୍କୁ ମାରିଦେଇଛି । ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି କହିଛି ଅଭିଯୁକ୍ତ ଶିବ ।

ସେମାନେ ସମସ୍ତେ ମତେ ପିଟିଲେ। ମୋ ମୁଣ୍ଡ କିଛି କାମ କଲାନି। ମୁଁ ରାଗି ଗଲି, ସମସ୍ତଙ୍କୁ ପିଟି ପିଟି ମାରିଦେଲି। ମୁଁ ଯାଉଛି ଥାନାରେ ଆତ୍ମସମର୍ପଣ କରିବି। ଆଇନ ଯାହା ଦଣ୍ଡ ଦେବ ତାକୁ ସ୍ଵୀକାର କରିବି”, ନିଜ ବଡ଼ ଭାଇଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୋଷ ସ୍ଵୀକାର କରି ଏମିତି କିଛି କହିଛି।

କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ମଙ୍ଗଳବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ପରିବାରକୁ ନିପାତ କରିଛି ସାନଭାଇ। ଜମିବାଡ଼ି ବିବାଦରୁ ପାରିବାରିକ କଳହ ଏହି ହତ୍ୟାକାଣ୍ଡର ରୂପ ନେଇଛି। ବଡ଼ ଭାଇ, ଭାଉଜ, ଦୁଇ ପୁତୁରା ଏବଂ ଝିଆରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ଶିବ ସାହୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ହତ୍ୟାକାଣ୍ଡ ପରେ ନିଜର ଦୋଷ ସ୍ଵୀକାର କରିଥିବା ଅଭିଯୁକ୍ତ ଶିବର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୃତକମାନେ ହେଲେ ହତ୍ୟା ଅଭିଯୁକ୍ତ ଶିବ ସାହୁର ବଡ଼ ଭାଇ ଅଲେଖ ସାହୁ, ଭାଉଜ ରଶ୍ମିରେଖା ପୃଷ୍ଟି, ମୃତ ଅଲେଖଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ। ହତ୍ୟାକାଣ୍ଡ ପରେ ସମସ୍ତଙ୍କୁ ଘରେ ତାଲା ପକାଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ଆଜି ସକାଳୁ ଅଲେଖଙ୍କ ଘର କବାଟରେ ତାଲା ପଡ଼ିଥିବା ପଡ଼ୋଶୀ ଲୋକ ଦେଖିଥିଲେ। ପୂର୍ବ ରାତିରେ ଶିବ ସାହୁ ସହ ଅଲେଖ ସାହୁଙ୍କର ଜୋର ଝଗଡ଼ ହୋଇଥିବା ପଡ଼ିଶା ଘର ଲୋକେ ଶୁଣିଥିଲେ। କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ପୋଲିସ୍‌କୁ ପଡିଶା ଘର ଲୋକେ ଜଣାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଲେଖ ସାହୁଙ୍କ ଘରର ତାଲା ଭାଙ୍ଗି ସମସ୍ତ ୫ ମୃତ ଦେହ ଜବତ କରିଛି ପୋଲିସ।

ଅନ୍ୟ ପକ୍ଷରେ ହତ୍ୟା ଅଭିଯୁକ୍ତ ଏକ ଭିଡିଓରେ ନିଜ ବଡ଼ ଭାଇ, ଭାଉଜ ସମେତ ୫ ଜଣଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି। ସେ ଆହୁରି ମଧ୍ୟ କହିଛି ଯେ, ପୂର୍ବରୁ ଅଲେଖଙ୍କ ସହ ତାଙ୍କର ପାରିବାରିକ କହଳ ଲାଗି ରହିଥିଲା। ବିଭିନ୍ନ ସମୟରେ ଉଭୟ ପାଟିତୁଣ୍ଡ ମଧ୍ୟ ହୁଅନ୍ତି। ଗତକାଲି ରାତିରେ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟ ଶିବଙ୍କୁ ମାଡ଼ ମାରିଥିଲେ। ଏଥିରେ ଶିବ ରାଗି ଯାଇ ବଡ଼ ଭାଇ, ଭାଉଜ, ୨ ପୁତୁରା ଓ ଝିଆରୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଘର କବାଟରେ ତାଲା ପକାଇ ଯାଜପୁର ଫେରାର ହୋଇଯାଇଥିଲା।

Leave A Reply

Your email address will not be published.