mobile header

ଜମିଜମା ବିବାଦକୁ କେନ୍ଦ୍ର କରି ୫ ଜଣଙ୍କୁ ହତ୍ୟା

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ହୋଇଛି ଗଣହତ୍ୟା । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ସାନଭାଇ ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଘର ବନ୍ଦ ଥିବାରୁ କେତେ ଜଣଙ୍କୁ ହତ୍ୟା କରାଯାଇଛି, ସେନେଇ କିଛି ସ୍ପଷ୍ଟ ହୋଇପାରିନି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ମାଜିଷ୍ଟ୍ରେଟ ଛାନଭିନ୍ ଆରମ୍ଭ କରିଛନ୍ତି ।

ତେବେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସାନଭାଇ ହତ୍ୟା କରିଥିବା ନେଇ ସେ ଭିଡିଓରେ ସ୍ୱୀକାର କରିଛି । ଭାଇର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବା ପରେ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.