mobile header

ସ୍ୱାମୀ ସ୍ତ୍ରୀ ୨ ପୁଅ ଓ ଝିଅକୁ ହତ୍ୟା

ମାହାଙ୍ଗା ରେ ଚାଞ୍ଚଲ୍ୟ

ବାଲିଚନ୍ଦ୍ରପୁର | 12.04.2022 |

ବଇରୀ ସାଜିଲା ସାନ ଭାଇ । କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ବର୍ବର ଗଣହତ୍ୟା ଘଟିଛି । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି । ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଛି । ତେବେ ହତ୍ୟା କରିବା ପରେ ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ।

ମାହାଙ୍ଗା-ବାଲିଚାନ୍ଦପୁର ଅପେକ୍ଷା ସୀମାନ୍ତବର୍ତୀ ଗାଁ କୁସୁପୁରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି| କୁସୁପୁର ଗାଁ ର ଶିବପ୍ରସାଦ ସାହୁ ଉତକ୍ଷିପ୍ତ ହୋଇ ନିଜର ଭାଇ ଅଲେଖ ପତ୍ନୀ ରଶ୍ମିତା ଓ ୨ ପୁଅ ଗୁଡ଼ୁ ଓ ଡୁଡୁ ଏବଂ ଝିଅ ପାୟଲଙ୍କୁ ହତ୍ୟା କରିଛନ୍ତି| ହତ୍ୟା କରିବା ପରେ ଶିବପ୍ରସାଦ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ବାପା ମା ଏବଂ ୨ ପୁଅ ଓ ଝିଅ ର ଶବ ଘର ଭିତରେ ପଡ଼ିରହିଛି| ମୃତ ଗୁଡ଼ୁ ର ବୟସ ୧୫, ଡୁଡୁ ର ୧୨ ଓ ପାୟଲ ର ୧୭ ବର୍ଷ| ୨୦ ବର୍ଷ ହେଲା ଦୁଇ ଭାଇଙ୍କ ମଧ୍ୟରେ ଜମି-ବାଡ଼ି ବିବାଦ ଲାଗିରହିଥିଲା ଗତକାଲି ବିଳମ୍ବିତ ରାତିରେ ଶିବପ୍ରସାଦ ଏଭଳି ଅମାନବୀୟ କାଣ୍ଡ ଘଟାଇଛି|ଘଟଣା ଟି କଟକ ଜ଼ିଲ୍ଲା ର ମାହାଙ୍ଗା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି| ପୋଲିସ ଓ ତହସିଲଦାର ପ୍ରମୁଖ ପଦାଧିକାରୀ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି|

Leave A Reply

Your email address will not be published.