mobile header

ସ୍ୱାଭିମାନ୍‌ ଅଞ୍ଚଳରେ ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ

ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ୍‌ ଅଞ୍ଚଳରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନ କଲେ ପିଲାମାନଙ୍କୁ ପାଠ ପଢ଼ାଇଲେ। ଆଉ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ଚକ୍‌ଲେଟ୍‌।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପୂର୍ବରୁ ସୋମବାର ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ସେ ଉନ୍ନୟନ କାର୍ଯ୍ୟର ପରିଦର୍ଶନ କରିଥିଲେ। ପରେ ବଡ଼ପଡ଼ା ଓ ପାପରମେଟେଲା ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଥିଲେ। ସେ ପାପରମେଟେଲା ପଞ୍ଚାୟତର ବିଡାରପାଖାନା ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ପିଲାଙ୍କୁ ପାଠ ପଢ଼ାଇ ଥିଲେ। ଜଣେ ଛାତ୍ରକୁ ପଣକିଆ ଡାକିବାକୁ କହିଥିଲେ ଜିଲ୍ଲାପାଳ।

ପଣକିଆ ଡାକିଲା ଛାତ୍ର ଜଣକ ଟିକେ ଭୁଲ୍‌ କରିଦେଇଥିଲା। ଆଉ ଜିଲ୍ଲାପାଳ ଛାତ୍ରଙ୍କ ଭୁଲ୍‌କୁ ଧରି ସଂଶୋଧନ କରିଥିଲେ। ପଣକିଆ ଡାକିଲା ପରେ ଜିଲ୍ଲାପାଳ ତାଙ୍କୁ ଚକ୍‌ଲେଟ୍‌ ଓ ଦୁଇଟି କଲମ୍‌ ପୁରସ୍କୃତ କରିଥିଲେ। ତା’ପରେ ବିଦ୍ୟାଳୟର ସ୍ଥିତି ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନ କରିଥିଲେ ଜିଲ୍ଲାପାଳ। ଏଥିସହ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଧ୍ୟାହ୍ନ ଭୋଜନର ମାନ ଦେଖିଥିଲେ। ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ସୁଧାର ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

Leave A Reply

Your email address will not be published.