mobile header

କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ?

ନିରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।

ଓଡ଼ିଶାରେ କିଏ ହେବେ ପିସିସି ସଭାପତି? କାହା କାହା ନାଁକୁ ନେଇ ହେଉଛି ଚର୍ଚ୍ଚା? ଆଜି ଏହାର ତାଲିକା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଏଥିସହ ହାଇକମାଣ୍ଡଙ୍କୁ ଦେଇଛନ୍ତି ପରାମର୍ଶ। କହିଛନ୍ତି, ଜଣେ ସଭାପତି ଓ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବା ଆବଶ୍ୟକ। ତା’ହେଲେ କଂଗ୍ରେସ ଦୌଡ଼ିବ।

ଶ୍ରୀ ରାଉତରାୟ କହିଛନ୍ତି, ପିସିସି ସଭାପତି ହେବା ପାଇଁ ୧୩ରୁ ୧୪ ଜଣଙ୍କ ନାଁ ଉଠିଛି। ଭକ୍ତ ଦାସ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଅନନ୍ତ ସେଠୀ, ଚିରଞ୍ଜିବ ବିଶ୍ୱାଳ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧୀର ରଞ୍ଜନ ପାଣିଗ୍ରାହୀ ଓ ନରସିଂହ ମିଶ୍ରଙ୍କ ନାଁ ସଭାପତି ରେସ୍‌ରେ ଅଛନ୍ତି। ଏଥିପାଇଁ ମୁଁ ଭାରି ବ୍ୟଥିତ। ସୋନିଆ ଗାନ୍ଧୀ ତୁରନ୍ତ ବିଚାର କରନ୍ତୁ ବୋଲି ସୁର କହିଛନ୍ତି।

Leave A Reply

Your email address will not be published.