mobile header

ମନିଟର ଲିଜାର୍ଡକୁ ଦୁଷ୍କର୍ମ

ମହାରାଷ୍ଟ୍ରର ଗୋଠାଣେ ଗାଁ ସହୟାଦ୍ରୀ ଟାଇଗର ରିଜର୍ଭରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣ ଅବାକ ହୋଇଯିବେ। ଏଠାରେ ଏକ ବେଙ୍ଗଲ ମନିଟର ଲିଜାର୍ଡକୁ ଦୁଷ୍କର୍ମ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପେଶାରେ ଶିକାରୀ। ଏମାନେ ସମସ୍ତେ ଚାଲାଖି କରି ଗୋଠାଣେ ଗାଭା ଅଞ୍ଚଳର ସହୟାଦ୍ରୀ ଟାଇଗର ରିଜର୍ଭରେ ଟୁରିଷ୍ଟ ଭାବରେ ପ୍ରବେଶ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସନ୍ଦୀପ ତୁକାରାମ, ପାୱାର ମଙ୍ଗେଶ, ଜନାର୍ଦନ କାମଟେକର ଓ ଅକ୍ଷୟ ସୁନୀଲ। ଏମାନଙ୍କର ଫୋନ୍‌ ଯାଞ୍ଚ କରିବା ପରେ ଏଭଳି କଳାକାରନାମା ବିଷୟରେ ଜଣାପଡ଼ିଥିଲା। କାରଣ ଅଭିଯୁକ୍ତମାନେ ଘଟଣାକୁ ଭିଡିଓ ରେକର୍ଡ କରି ରଖିଥିଲେ। ଏଥିରେ ଅଭିଯୁକ୍ତମାନେ ମନିଟର ଝିଟିପିଟି ସହିତ ଦୁଷ୍କର୍ମ କରୁଥିବାର ଭିଡିଓ ରହିଥିବା ପୁଲିସ ଜାଣିବାକୁ ପାଇଛି।

Leave A Reply

Your email address will not be published.