mobile header

ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଗିରଫ

ଉତ୍ତର ପ୍ରଦେଶରେ ନବ ସମ୍ବତ୍ସର ଅବସରରେ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନିଙ୍କୁ ବୁଧବାର ଗିରଫ କରାଯାଇଛି। ୩୫୪ଏ, ୫୦୯ମ ଆଧାରରେ ମହନ୍ତ ବଜରଙ୍ଗଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି। ମହନ୍ତଙ୍କ ଗିରଫଦାରୀ ଦାବିରେ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି।

ଖୈରାବାଦ ସ୍ଥିତ ବଡି ସଙ୍ଗତର ମହନ୍ତ ବଜରଙ୍ଗ ମୁନି ଦାସ ବିବାଦୀୟ ବୟାନ ଦେଇଥିଲେ। ସେ ଭିଡ ସମ୍ମୁଖରେ ଏକ ସମୁଦାୟର ମହିଳା ଏବଂ ଝିଅଙ୍କୁ ଘରୁ ଉଠାଇ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। କୌଣସି ବ୍ୟକ୍ତି ଏହାର ଭିଡିଓ ପ୍ରସ୍ତୁତ କରି ଟୁଇଟରରେ ସେୟାର କରିଥିଲେ। ପରେ ପୋଲିସ କାନକୁ ଏହି ଘଟଣା ପଡିଥିଲା। ପୋଲିସ ତୁରନ୍ତ ମହନ୍ତଙ୍କ ବିରୋଧରେ କେସ୍ ରୁଜୁ କରିଥିଲା।

Leave A Reply

Your email address will not be published.