mobile header

ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକା: ତୃତୀୟରେ ମାଲକାନଗିରି

ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟରେ ରହିଛି ମାଲକାନଗିରି । ଆସମର ଉଦଲଗିରି ଏହି ତାଲିକାରେ ପ୍ରଥମରେ ରହିଛି । ଏହା ପଛକୁ କର୍ଣ୍ଣାଟକର ୟାଦଗିର ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ମାଲକାନଗିର ପଛକୁ ପୁର୍ଣ୍ଣିଆ ପଞ୍ଚମ ସ୍ଥାନରେ ରହିଛି । ଏହି ତାଲିକା ପ୍ରଦାନ କରି ନୀତି ଆୟୋଗ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଭିତ୍ତିଭୁମିର ବିକାଶ ହୋଇଛି । ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି । ଏତି ସହିତ ଭିତ୍ତିଭୁମି ବିଭାଗରେ ଉନ୍ନତି କ୍ଷେତ୍ରରେ ସବୁଠୁ ଭଲ ପ୍ରଦର୍ସନ କରିଥିବା ଶ୍ରେଷ୍ଠ ପାଞ୍ଚୋଟି ଜିଲ୍ଲାର ନାମ ପ୍ରକାଶ ପାଇଛି । ଓଡ଼ିଶାରେ ୧୦ଟି ଆକାଂକ୍ଷୀ ଜିଲ୍ଲା ରହିଛି ।
ସେପଟେ ଆଜିଠୁ ରାଜ୍ୟରେ ଏହି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ୧୦ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତିର ଗନ୍ଧ ବାରିଛି ବିଜେଡି । ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତି ଆକାଂକ୍ଷୀ ଜିଲ୍ଲାକୁ ଜଣେ ଜଣେ କେନ୍ଦ୍ର ମନ୍ତ୍ରୀ ପଠାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି । ଯଦି କେନ୍ଦ୍ର ସରକାର ଏହି ଜିଲ୍ଲା ଗୁଡ଼ିକୁ ଅବହେଳିତ ମାନୁଛନ୍ତି, ତେବେ ସେହି ଜିଲ୍ଲା ଗୁଡ଼ିକରେ କେନ୍ଦ୍ରୀୟ ଅନୁଦାନ ୬୦ରୁ ୯୦ ପ୍ରତିଶତକୁ ବୃଦ୍ଧି କରନ୍ତୁ ବୋଲି ସେ କହିଛନ୍ତି ।
ବିଜେଡି ସାଂସଦଙ୍କର ଏହି ମନ୍ତବ୍ୟ ଉପରେ ପାଲଟା ଜବାବ ରଖିଛି ବିଜେପି । କେନ୍ଦ୍ର ସରକାର ଯେତେବେଳେ ଯୋଜାନ ଗୁଡ଼ିକ ପାଇଁ ଟଙ୍କା ଦେଉଛନ୍ତି ସେହି ଯୋଜନାର ସମିକ୍ଷା କରିବା ପାଇଁ କାହିଁକି କେନ୍ଦ୍ର ମନ୍ତ୍ରୀ ଆସିବେ ନାହିଁ ବୋଲି ବିଜେପି କହିଛି

Leave A Reply

Your email address will not be published.