mobile header

ପୂର୍ବତନ ଡିଜିପି ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ୍‌ ଅଧ୍ୟକ୍ଷ

ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ସରକାର ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଆଜି ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବାର ତାରିଖ ଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦରମା ଓ ଅନ୍ୟାନ୍ୟ ସୁବିଧା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ ନିୟମ ଅନୁସାରେ ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆବର୍ଷ ୨୦୨୨ରେ ନୂଆ ଦାୟିତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅୟଭ ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ପଦରୁ ଇସ୍ତଫା ନେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ସଂପର୍କିତ ରାଜ୍ୟ ଟା‌କ୍ସଫୋର୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଅଭୟ ନୂଆବର୍ଷରେ ନୂତନ ଦାୟିତ୍ବ ସହ କର୍ମଜୀବନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଅଭୟଙ୍କ ଠାରୁ ସୁନୀଲ କୁମାର ବଂଶଲ ଦାୟିତ୍ବ ଗ୍ରହଣ କରିଥିଲେ। କଟକସ୍ଥିତ ଡିଜିପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାରୋହରେ ସେ ଡିଜିପି ଅଭୟଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଥିଲେ।

Leave A Reply

Your email address will not be published.